ଲାଟିନ୍ ଆମେରିକୀୟ ଦେଶରେ ଏଣ୍ଡିଜ୍ ପାହାଡ଼ ଶୃଙ୍ଖଳ ପାଖାପାଖି ଏକ ପକ୍ଷୀ ଦେଖିବାକୁ ମିଳିଥାଏ ଯାହା ଏତେ ବିଶାଳ ଯେ, ତାକୁ ଉଡନ୍ତା ପଶୁ ବୋଲି କୁହାଯାଏ। ଏହି ପକ୍ଷୀ ୭୫ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ। ଯେତେବେଳେ ପକ୍ଷୀ ନିଜ ପକ୍ଷ ବିସ୍ତାର କରିଥାଏ ସେତେବେଳେ ଏହା ପୂରା ୧୧ ଫୁଟ ପର୍ଯ୍ୟନ୍ତ ବିଛାଇ ହୋଇଯାଏ। ଏହା ହେଉଛି ବିଶ୍ବର ସବୁଠୁ ବିଶାଳକାୟ ପକ୍ଷୀ ଯାହାର ନାମ ଆଣ୍ଡିଆନ୍ କୋଣ୍ଡର୍। ଏହାର ଓଜନ ୧୫ କିଲୋ ପର୍ଯ୍ୟନ୍ତ ରହିଥାଏ। ବହୁ ସମୟରେ ଏହା ନିଜ ଓଜନଠାରୁ ଅଧିକ ଖାଦ୍ୟ ଖାଇଥାଏ। ଖାଦ୍ୟ ହଜମ ହେବା ପରେ ଉଡ଼ିବା ଆରମ୍ଭ କରିଥାଏ। ଏଣ୍ଡିଜ୍ ପର୍ବତ ଦୁନିଆର ସବୁଠାରୁ ଦୀର୍ଘ ପର୍ବତ ଶୃଙ୍ଖଳ ଓ ଏହା ଅନେକ ଦେଶକୁ ବ୍ୟାପି ରହିଛି ଯାହା ମଧ୍ୟରେ ଭେନେଜୁଏଲା, ଇକ୍ବେଡର୍, ପେରୁ, ଚିଲି, ଆର୍ଜେଣ୍ଟିନା ଆଦି ରହିଛି। ପକ୍ଷୀଟି ନିଜର ବସା ବହୁ ଉଚ୍ଚରେ ତିଆରି କରିଥାଏ। ଧଳା ରଙ୍ଗର ଚିହ୍ନ ଥିବା ଏ ପକ୍ଷୀକୁ ଅଣ୍ଡିରା ଓ ଅନ୍ୟଟିକୁ ମାଈ ବୋଲି ଚିହ୍ନିତ କରାଯାଇଥାଏ।
ଏକାକ୍ଷର ଶବ୍ଦ ‘କା’
‘କା’ ଗୋଟିଏ ଅକ୍ଷର ହେଲେ ମଧ୍ୟ ଏକ ଶବ୍ଦ ଭାବରେ ଓଡ଼ିଆ ଭାଷାରେ ବ୍ୟବହୃତ ହୁଏ। ଏହା ଏକ ଦେଶଜ ଶବ୍ଦ। ତେଣୁ ଖାଣ୍ଟି ଓଡ଼ିଆ। ଯେ କୌଣସି ଭାଷାେର ଶବ୍ଦ ହିଁ ପ୍ରଧାନ। ତାହା ଏକାକ୍ଷରୀ ହେଉ କି ଅଧିକ ଅକ୍ଷର ସଂଯୁକ୍ତ। ଶବ୍ଦରେ ଅକ୍ଷରମାନେ ହିଁ ଭାବ କ୍ଷରିତ କରିଥାନ୍ତି ବା ଅର୍ଥ ଝରାଇଥାନ୍ତି। ସେଥିପାଇଁ ବେଳେବେଳେ ଗୋଟିଏ ମାତ୍ର ଅକ୍ଷର ବି ଯଥେଷ୍ଟ। ଏଇଠି ମନେ ରଖିବା ଆବଶ୍ୟକ ଯେ ସଂସାରରେ ବିଶେଷ କରି େକତେକ ଆଦିବାସୀ ଭାଷାରେ ମାତ୍ର ପଚାଶ କି ଶହେ ଶବ୍ଦରେ ତା’ଙ୍କର ଭାଷା ସୀମିତ। ସେଥିରେ ଏକାକ୍ଷର ଶବ୍ଦ ଅନେକ। ଏଠି ‘କା’ ବୋଲି କହିଲେ ଦୁଇଟି କଥାକୁ ବୁଝାଏ। ପ୍ରଥମରେ ଏହା ‘‘କାହାର’’ ବୋଲି ବୁଝାଇଥାଏ। ହେଲେ ଅସଲ ବ୍ୟବହାରଟି ହେଲା ପ୍ରତିନିଧିତ୍ବକୁ ନେଇ। କୌଣସି ଖେଳରେ ବା ସଂଗୋଷ୍ଠୀରେ ଜଣେ ଅନୁପସ୍ଥିତ ଥିବାବେଳେ ଯେଉଁ ବ୍ୟକ୍ତି ତାଙ୍କର ପ୍ରତିନିଧିତ୍ବ କରନ୍ତି, ତାଙ୍କୁ ସେ ମୂଳ ବା ଅସଲ ବ୍ୟକ୍ତିବିଶେଷଙ୍କର ‘କା’ ଭାବରେ ଗ୍ରହଣ କରାଯାଏ।
କଥା-ଫରୁଆ - ଶିଶୁପାଳ ହେବା
/sambad/media/post_attachments/wp-content/uploads/2023/01/7-10.jpg)
ଏ କଥାଟି ଓଡ଼ିଆ ରୂଢ଼ି ପ୍ରୟୋଗରେ ବେଶ୍ ବହୁଳଭାବରେ ବ୍ୟବହୃତ ହୁଏ। କଥାଟି ଆସିଛି ମହାଭାରତରୁ। ଜଣେ ରାଜା ଥିଲେ। ତା’ଙ୍କର ନାମ ଭୀଷ୍ମକ। ତାଙ୍କର ଗୋଟିଏ ଅତି ସୁନ୍ଦର ଝିଅ ଥିଲେ। ବିବାହ ବୟସ ହେବାରୁ େଚଦି ରାଜ୍ୟର ରାଜପୁତ୍ର ଶିଶୁପାଳଙ୍କ ସହ ତାଙ୍କର ବିବାହ ସ୍ଥିର ହୋଇଗଲା। ସେ ବରବେଶରେ ଆସି ବିବାହ ବେଦୀରେ ବସିଥାନ୍ତି। କନ୍ୟା ଆସିଲେ ବିବାହ ହେବା କଥା। ତେଣେ ରୁକ୍ମିଣୀଙ୍କୁ ଶ୍ରୀକୃଷ୍ଣ ଅତି ଭଲ ପାଉଥିବାରୁ କେତେବେଳେ ସମସ୍ତଙ୍କ ଅଜାଣତରେ ଶ୍ରୀକୃଷ୍ଣ ଆସି ତା’ଙ୍କୁ ନେଇ ପଳାଇଗଲେ। ଶିଶୁପାଳ ବିଚରା ବିଫଳ ମନୋରଥରେ ଅପମାନିତ ହୋଇ ଫେରିଲେ। ଏ କଥାଟି ଏତେ ପ୍ରଚାରିତ ହୋଇ ନ ଥାନ୍ତା ଯଦି ଶିଶୁପାଳ ଯୁଦ୍ଧ କରି ରୁକ୍ମିଣୀଙ୍କୁ ଫେରାଇ ଆଣିପାରିଥାନ୍ତେ। ସେତେବେଳେ ସେମିତିକା କଥା ସମାଜରେ ଚଳୁଥିଲା। ମାତ୍ର ସେ ବିଫଳ ହୋଇ ଫେରିଥିବାରୁ ଯେ କୌଣସି କଥାରେ ସମ୍ଭାବନା ଥାଇ ଜଣେ ଚରମ ଅସଫଳତା ଭୋଗିଲେ, ତାଙ୍କୁ କୁହାଯାଏ, ‘‘ସେ ଶିଶୁପାଳ ହେଲେ।’’