ଆମେ ସବୁବେଳେ କହୁ ଯେ ଜଣେ ଭଲଗୁଣର ଅଧିକାରୀ ହେବା ଆବଶ୍ୟକ, ତେବେ ଯାଇ ମନରେ ସାଧୁଭାବ ଆସିବ। ପୂର୍ବରୁ ପଣ୍ଡିତମାନେ ସେଥିପାଇଁ ପ୍ରତ୍ୟେକଙ୍କ ଜୀବନରେ ଆଠଗୋଟି ଗୁଣର ଆବଶ୍ୟକତା ସମ୍ପର୍କରେ କହିଛନ୍ତି। ତାହା ହିଁ ଅଷ୍ଟଗୁଣ ନାମରେ ଜନସମାଜରେ ଜଣାଶୁଣା। ସେଗୁଡ଼ିକ ହେଲା-
୧. ଦୟା- ଅନ୍ୟପ୍ରତି କରୁଣା।
୨. କ୍ଷାନ୍ତି- ଅନୁଚିତ କଥାରୁ ଦୂରେଇ ରହିବା।
୩. ଅନସୂୟା- କାହାକୁ ଘୃଣା ନ କରିବା।
୪. ଶୌଚ- ସବୁବେଳେ ପରିଷ୍କାର ରହିବା।
୫. ଅନାୟାସ- ସବୁସମୟରେ କର୍ମଠ ହେବା।
୬. ମଙ୍ଗଳ- ଅନ୍ୟର ମଙ୍ଗଳ କାମନା କରିବା।
୭. ଅକାର୍ପଣ୍ୟ- କୃପଣ ନ ହେବା।
୮. ଅସ୍ପୃହା- ନିରୁଦ୍ବିଗ୍ନ ରହିବା।
ଶବ୍ଦତୋଡ଼ା : ଅଷ୍ଟଗୁଣ
/sambad/media/post_attachments/wp-content/uploads/2020/08/ji.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)