ଟିଏ ଗ୍ରାମରେ ହରିଶ ନାମରେ ଜଣେ ବାଳକ ଥିଲା। ସେ ବହୁତ ଦୁଷ୍ଟ। ତାହାର କାମ ଥିଲା ଦୁଷ୍ଟାମି କରି ଲୋକମାନଙ୍କୁ ହଇରାଣ କରିବା। କାହାର ଗାଡ଼ି ଚକରୁ ପବନ ବାହାର କରିଦେବା, କାହାର କୁକୁଡ଼ା ଅଣ୍ଡା ଚୋରାଇ ନେବା,ବୁଲା କୁକୁରଙ୍କୁ ଟେକା ମାରିବା ଇତ୍ୟାଦି। ଏସବୁ କରିବା ଦ୍ୱାରା ତାକୁ ବହୁତ ମଜା ଲାଗେ। ଏହି କାରଣରୁ ଲୋକମାନେ ଅତିଷ୍ଠ ହୋଇ ପଡ଼ିଲେ। ଦିନେ ହରିଶ ଚାଲୁ ଚାଲୁ ଗାଁ ପାଖ ଜଙ୍ଗଲରେ ପହଞ୍ଚିଲା। ସେଠାରେ ଜଣେ ସନ୍ୟାସୀ ରହୁଥିଲେ। ହରିଶ ତାଙ୍କ ସାଙ୍ଗରେ ସଇତାନି କରିବ ବୋଲି ଭାବିଲା, ତେଣୁ ସେ ସନ୍ନ୍ୟାସୀଙ୍କ ପାଖକୁ ଗଲା। ହରିଶ ଦେଖିଲା ସନ୍ୟାସୀ ଗୋଟିଏ ସୁନା କଲମରେ ଲେଖୁଛନ୍ତି। ସେ ସୁନା କଲମଟି ଦେଖି ତା ଆଖି ଝଲସି ଗଲା।
ସନ୍ୟାସୀଙ୍କୁ ମୁଣ୍ଡିଆ ମାରି କଲମଟି ମାଗିଲା। ସନ୍ୟାସୀ କହିଲେ ଏହା ଏକ ସାଧାରଣ କଲମ ନୁହେଁ। ତୁମ ଗୁଣ ଦେଖି ରଙ୍ଗ ବଦଳାଇ ଏହା ରୁପେଲି ସୁନେଲି ରଙ୍ଗ ହୁଏ। ତୁମେ ଯଦି ଭଲ ପିଲା ହେବ, ତେବେ କଲମଟି ତୁମକୁ ଦେବି,ତା ସହିତ ତୁମକୁ ସତର୍କ କରାଇ ଦେଉଛି କି ଯଦି ତୁମେ ଦୁଷ୍ଟାମି କରିବାକୁ ଭାବିବ ଏ କଲମ ତୁମ ନାକକୁ ଫୁଟାଇ ଦେବ। କଲମଟି ପାଇବାର ଇଚ୍ଛା ହରିଶର ଏତେ ପ୍ରବଳ ହୋଇ ପଡ଼ିଥିଲା ଯେ ସେ ଭଲ ପିଲା ହେବ ବୋଲି କହି କଲମଟିକୁ ଆଣିଲା। ତା’ ପରଦିନ ଯେତେବେଳେ ପଡ଼ିଶା ଘର ବାଡ଼ିରୁ ଫୁଲ ଛିଣ୍ଡାଇବା କଥା ଭାବିଲା କଲମ ତା’ ନାକକୁ ଏତେ ଜୋରରେ ଫୁଟାଇ ଦେଲା ଯେ ସେ ଯନ୍ତ୍ରଣାରେ ଚିତ୍କାର କରି ଉଠିଲା। ସେଦିନ ଠାରୁ ହରିଶ ଆଉ ଦୁଷ୍ଟାମି କରିବା କଥା ଭାବିଲା ନାହିଁ। ସୁନା ପିଲା ହୋଇ ମନଦେଇ ପାଠ ପଢ଼ିଲା। ସମସ୍ତେ ତାକୁ
ଆଦର କଲେ।

Advertisment

ନବମ ଶ୍ରେଣୀ
ପଞ୍ଚାୟତ ହାଇସ୍କୁଲ୍,
ସନ୍ତୋଷପୁର, ଗଞ୍ଜାମ