ସ୍ୱିଜରଲାଣ୍ଡ୍ରେ ରହିଛି ବିଶ୍ୱର ସର୍ବପ୍ରାଚୀନ ଶାକାହାରୀ ରେସ୍ତୋରାଁ। ଆଜି ବି ଏହି ରେସ୍ତୋରାଁ ଭଲ ବ୍ୟବସାୟ କରୁଛି। ସେଠାରେ ପାଳଙ୍ଗ ପନିରଠାରୁ ଆରମ୍ଭ କରି ବରା, ସମ୍ବର ପର୍ଯ୍ୟନ୍ତ ବି ମିଳୁଛି। ହସ୍ ହିଳ୍ଟିଲ୍ ନାମକ ଏହି ରେସ୍ତୋରାଁକୁ ୨୦୧୨ରେ ଗିନିଜ୍ ବୁକ୍ ଅଫ୍ ୱାଲ୍ଡ୍ ରେକର୍ଡସ୍ରେ ସାମିଲ୍ କରାଯାଇଥିଲା। ୧୮୯୮ରେ ଜର୍ମାନୀ ଶରଣାର୍ଥୀମାନେ ଏହି ରେସ୍ତୋରାଁ ଖୋଲିଥିଲେ। ସେମାନେ ନିରାମିଷ ଭୋଜନ ମାଧ୍ୟମରେ ସ୍ୱାସ୍ଥ୍ୟପ୍ରଦ ଜୀବନଶୈଳୀକୁ ପ୍ରାଧାନ୍ୟ ଦେବାକୁ ଚାହୁଁଥିଲେ।
ପ୍ରଥମାବସ୍ଥାରେ ଏହି ରେସ୍ତୋରାଁ ଭଲ ବ୍ୟବସାୟ କରୁ ନଥିଲା। କାରଣ ସେତେବେଳେ ୟୁରୋପରେ ନିରାମିଷ ଭୋଜନର ଆଦୃତି ନ ଥିଲା। ପରେ ଏମ୍ବ୍ରୋସିୟସ୍ ହିଲ୍ଟଲ୍ ନାମକ ଜଣେ ଦର୍ଜି ଏହାର ଦାୟିତ୍ୱ ନେଇଥିଲେ। ଏମ୍ବ୍ରୋସିୟସ୍ ଏକ ରୋଗରେ ପୀଡ଼ିତ ଥିଲେ। ନିରାମିଷ ଭୋଜନ କଲେ ସେ ସୁସ୍ଥ ହୋଇପାରିବେ ବୋଲି ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ। ସେ ପରାମର୍ଶ ମାନି ସମ୍ପୂର୍ଣ୍ଣ ଶାକାହାରୀ ହୋଇଯାଇଥିଲେ। ୧୯୦୩ରେ ଏହି ରେସ୍ତୋରାଁର ମ୍ୟାନେଜର୍ ହୋଇଥିଲେ ଏମ୍ବ୍ରୋସିୟସ୍।