ନେତାଙ୍କୁ କଳାପତାକା ଭୟ

ଭୁବନେଶ୍ୱର : ନେତାମାନଙ୍କୁ କଳା ପତାକା ଭୟ । ଏପରିକି ନେତାଙ୍କ ସଭାକୁ ଆସୁଥିବା ଲୋକମାନେ କଳା ପୋଷାକ ପିନ୍ଧି ଆସିବାକୁ ମଧ୍ୟ ବାରଣ କରାଯାଉଛି । କାଳେ କିଏ କଳା କପଡ଼ା ପ୍ରଦର୍ଶନ କରିଦେବ । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନ ଗ୍ରସ୍ତରେ ଯାଇଥିବାବେଳେ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା । ଏହି ସଭାକୁ କଳା ପୋଷାକ ପିନ୍ଧି ଆସିଥିବା ଲୋକମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇନଥିଲା । ଏପରି ଲୋକମାନଙ୍କୁ ପ୍ରବେଶ ପଥରୁ ଫେରାଇଦିଆଯାଇଥିଲା । କିଛିଦିନ ପୂର୍ବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା । ଏହା ପରେ ତାଙ୍କ ସଭାରେ ମଧ୍ୟ ଏହି କଟକଣା ଲାଗୁ କରାଯାଉଛି । ଓଡ଼ିଶା ମଧ୍ୟ ଏଥିରୁ ମୁକ୍ତ ନୁହେଁ । କିଛି ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ସଭାରେ କଳାପତାକା ପ୍ରଦର୍ଶନକୁ ନେଇ ବିବାଦ ଦେଖାଯାଇଥିଲା । ଏହା ପରେ ପୁଲିସ ପକ୍ଷରୁ ଏପରି ଯେପରି ନ ହୁଏ ସେଥିପାଇଁ କେତେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା ।

ସମ୍ବନ୍ଧିତ ଖବର