ଶିବସେନା କଣ ବିଜେପିକୁ ଧୋକା ଦେବ?

ନୂଆଦିଲ୍ଲୀ: ଆସନ୍ତା କାଲି କେନ୍ଦ୍ରରେ ଶାସନ କରୁଥିବା ଏନଡିଏ ସରକାର ଆସ୍ଥାଭୋଟର ସମ୍ମୁଖୀନ ହେବେ । ଏହାକୁ ନେଇ ଶାସକ ଓ ବିରୋଧୀ ଦଳ ମାନେ ନିଜ ନିଜର ସଦସ୍ୟମାନଙ୍କୁ ହ୍ଵିପ ଜାରି କରିଛନ୍ତି । ତେବେ ଗତ ଦୁଇବର୍ଷ ଧରି ବିଜେପି ବିରୋଧରେ ବିଷୋଦଗାର କରିଆସୁଥିବା ଶିବସେନା ପକ୍ଷରୁ ସରକାରଙ୍କୁ ଟିକିଏ ଡରେଇ ଦେଇଛି । ଶିବସେନା ଆସନ୍ତା କାଲି ମୋଦି ସରକାରଙ୍କ ସପକ୍ଷରେ ଭୋଟ ଦେବାକୁ ନିଜ ଏମପି ମାନଙ୍କୁ ହ୍ଵିପ ଜାରି କରିଥିଲା । କିନ୍ତୁ ସଂଧ୍ୟାରେ ଏହି ହ୍ଵିପକୁ ହଠାତ ପ୍ରତ୍ୟାହାର କରିନେଇଛି । ଆସ୍ଥାଭୋଟ ସଂପର୍କରେ ଆସନ୍ତା କାଲି ସକାଳେ ଦଳ ନିଷ୍ପତ୍ତି ନେବ ବୋଲି ଜଣାଯାଇଛି । ଲୋକସଭାରେ ଶିବସେନାର୧୮ ଜଣ ସଦସ୍ୟ ଅଛନ୍ତି । ତେବେ ଶିବସେନା ବିଜେପି ବିରୋଧରେ ଭୋଟ ଦେଲେ ମଧ୍ୟ ବିଜେପି ସରକାର ପ୍ରତି କୌଣସି ବିପଦ ନାହିଁ । କାରଣ ଆସ୍ଥାଭୋଟ ଜିତିବାକୁ ୧୬୮ ଭୋଟ ଆବଶ୍ୟକ ହେଉଥିବାବେଳେ କେବଳ ବିଜେପିର ୧୭୩ ସଦସ୍ୟ ଅଛନ୍ତି ।

ସମ୍ବନ୍ଧିତ ଖବର