ରାଉରକେଲା/ଲହୁଣିପଡ଼ା: ବିମଳାଗଡ଼ ରେଲେଓ୍ଵ ସାଇଡିଂରେ ନୂଆଁ ସାଇଡିଂ କଣ୍ଟ୍ରାକ୍ଟର ନିଯୁକ୍ତି ନେଇ କନ୍ଦଳ ଲାଗି ରହିଥିବା ବେଳେ ଘଟଣାରେ ବିଜେଡିର ହସ୍ତକ୍ଷେପ କାରଣରୁ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାାକୁ ନେଇ ଏବେ ସିଟୁ-ବିଜେଡି ମୁହାଁମୁହିଁ ଅବସ୍ଥାକୁ ଆସିଯାଇଛନ୍ତି।
ବିମଳାଗଡ଼ ରେଲେଓ୍ଵ ସାଇଡିଂରେ ନୂଆ ସାଇଡିଂ କଣ୍ଟ୍ରାକ୍ଟର ନିଯୁକ୍ତିକୁ ବିରୋଧ କରି ଗତକାଲି ଠାରୁ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ସିପିଆଇଏମ୍ ଓ ସିଟୁ କର୍ମୀ ଏବଂ ଶହଶହ ଶ୍ରମିକ ତୁମକେଲା ଭାସ୍କର ଷ୍ଟିଲ୍ ପାଓ୍ଵାର ପ୍ଲାଣ୍ଟ ଆଗରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିଲେ। ଆଜି ଶ୍ରମିକଙ୍କ ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିଥିଲା। ବିକ୍ଷୋଭ ବିମଳାଗଡ଼ ସହିତ ରକ୍ସି, ରାଞ୍ଜୁଡ଼ା ଯାଏଁ ମାଡ଼ି ଯାଇଥିବା ବେଳେ ଆନ୍ଦୋଳନକାରୀ ସମ୍ପୃକ୍ତ ଠିକାଦାରଙ୍କ ସାଇଡିଂ ଟ୍ରାନ୍ସପୋର୍ଟିଂ ବାତିଲ କରିବାକୁ ଦାବି କରିଥିଲେ। ହେଲେ ସମ୍ପୃକ୍ତ ଠିକାଦାରଙ୍କ ସପକ୍ଷରେ କିଛି ବିଜେଡି କର୍ମୀ ଦଳୀୟ ପତାକା ଧରି ବିକ୍ଷୋଭ ସ୍ଥଳକୁ ମାଡ଼ି ଆସିବାରୁ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ଲାଣ୍ଟ ଆଗରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ ପହଞ୍ଚି ଉଭୟ ପକ୍ଷକୁ ବୁଝାଶୁଝା କରିଥିଲା। ହେଲେ ସ୍ଥିତି କ୍ରମଶଃ ନିୟନ୍ତ୍ରଣ ବାହାରକୁ ଚାଲିଯିବା ଆଶଙ୍କା ଦେଖାଦେବାରୁ ପ୍ରଶାସନ ସେଠାରେ ୧୪୪ ଜାରି କରିବା ସହିତ ମାଇକ୍ ଯୋଗେ ପ୍ଲାଣ୍ଟ୍ ଏରିଆ ଛାଡ଼ିବାକୁ ଘୋଷଣା କରିବା ପରେ ଆନ୍ଦୋଳନକାରୀ ଶ୍ରମିକ ପ୍ଲାଣ୍ଟ ଆଗରୁ ହଟିଥିଲେ। ବିଜେଡି କର୍ମୀମାନେ ବି ଚାଲି ଯାଇଥିଲେ। ଏହା ପରେ ଉତ୍ତେଜନା ଥମିଥିଲା। ତଥାପି ଚାପା ଉତ୍ତେଜନା ଲାଗି ରହିଥିବାରୁ ଲହୁଣିପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
ନୂଆ ସାଇଡିଂ କଣ୍ଟ୍ରାକ୍ଟର ନିଯୁକ୍ତିରୁ ବିବାଦ: ସିଟୁ-ବିଜେଡି ମୁହାଁମୁହିଁ
/sambad/media/post_attachments/wp-content/uploads/2017/10/4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)