ଏଇ ଉପାୟ ଅବଲମ୍ବନ କରି ମାତ୍ର ୫ ଟଙ୍କାରେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର ସୁବର୍ଣ୍ଣ ସୁଯୋଗ ପାଆନ୍ତୁ

କ’ଣ ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁହାଁମୁହିଁ  ହେବାକୁ ଚାହାନ୍ତି ? ଯଦି  ହଁ, ତେବେ ଆପଣଙ୍କ ଇଚ୍ଛା ଏମିତି ପୂରଣ ହୋଇପାରିବ ଏବଂ ଏଥିରେ ଖର୍ଚ୍ଚ .ହେବ ମାତ୍ର ୫ ଟଙ୍କା  । ପୁଣି ଏହାପରେ ଆପଣଙ୍କୁ ନମୋ ଟି ସାର୍ଟ ଏବଂ ଏକ କଫି ମଗ୍ ମଧ୍ୟ ମିଳିବ ।

୧ . ନମୋ ଆପରେ ଡୋନେସନ୍ ଦେବାକୁ ହେବ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଆପ୍ (ନମୋ ଆପ୍) କୁ ଯାଇ ବିଜେପିକୁ ଡୋନେସନ୍ କରିବାକୁ ପଡିବ । ଏହି ଡୋନେସନ୍ ରାଶି ୫ ଟଙ୍କାରୁ ଆରମ୍ଭ ହୋଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେଇପାରିବେ ।

୨ . ଜେନେରେଟ୍ ହେବ ରେଫରାଲ୍ କୋଡ୍ ।

ଏହି ଆପରେ ପାର୍ଟି ଫଣ୍ଡ ଲାଗି  ଡୋନେସନ୍ ଦେବା ପରେ ରେଫରାଲ୍ କୋଡ୍ ଜେନେରେଟ୍ କରାଯିବ । ଏହି କୋଡକୁ ହ୍ୱାଟସଆପ୍ , ଇମେଲ୍ ଏବଂ ଏମଏମଏସରେ ୧୦୦ ଲୋକଙ୍କୁ ପଠାଇବାକୁ ପଡିବ । ଯଦି ଏହି ୧୦୦ ଜଣ ଲୋକ ରେଫରାଲ୍ କୋଡ୍ ବ୍ୟବହାର କରି ଆପକୁ ଡୋନେସନ୍ କରୁଛନ୍ତି ତେବେ ଆପଣଙ୍କୁ ପିଏମ୍ ମୋଦିଙ୍କ ସହ ଦେଖା କରିବାର ସୁବର୍ଣ୍ଣ ସୁଯୋଗ ପ୍ରାପ୍ତ ହୋଇପାରିବ ।

୩ . ଏଭଳି ମିଳିବ ଟି-ସାର୍ଟ ଏବଂ କଫି ମଗ୍ ।

ବିଜେପିର କହିବା ଅନୁସାରେ ଯଦି ରେଫରାଲ୍ କୋଡକୁ ୧୦ ଜଣ ଲୋକ ବି ଆପଣାଉଛନ୍ତି ତେବେ ଏହି ଟି-ସାର୍ଟ ଏବଂ କଫି ମଗକୁ ମାଗଣାରେ ଆପଣ ପାଇପାରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍ କମ୍ ଲୋକ ମିଶିପାରୁଛନ୍ତି ଏହି ନୂଆ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ସହ ବି ପ୍ରଧାନମନ୍ତ୍ରୀଙ୍କ ସଂବନ୍ଧ ବଢିବ ।

ସମ୍ବନ୍ଧିତ ଖବର