ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା, ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ ଆରମ୍ଭ କଲେ ସଚିନ ପାଇଲଟଙ୍କ ସମର୍ଥକ

ଜୟପୁର : ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଏପର୍ଯ୍ୟନ୍ତ କଂଗ୍ରେସ ତରଫରୁ ଆନୁଷ୍ଠାନିକ ଘୋଷଣା କରାଯାଇ ନଥିଲେ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲୋଟ ମୁଖ୍ୟମନ୍ତ୍ରୀ ଦୌଡରେ ଆଗୁଆ ଥିବା କୁହାଯାଉଛି । ଗାନ୍ଧି ପରିବାର ଅଶୋକଙ୍କ ନାମରେ ମୋହର ମାରିଥିବା ସୂଚନା ମିଳିଛି । ଏହା ଫଳରେ ଏହା ଫଳର କଂଗ୍ରେସର ଯୁବ ନେତା ସଚିନ ପାଇଲଟ ନିରାଶ ହୋଇଯାଇଛନ୍ତି । ତେବେ ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବିରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ରାସ୍ତାରୋକ ଓ ପୋଡାଜଳା କରିଥିବା ଖବର ହସ୍ତଗତ ହୋଇଛି । ତେବେ ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ସଚିନ ପାଇଲଟ ନିଜର ସମର୍ଥକ ମାନଙ୍କୁ ନିବେଦନ କରିଛନ୍ତି । ରାହୁଲ ଗାନ୍ଧି ଯେଉଁ ନିଷ୍ପତ୍ତି ନେବେ ତାହାକୁ ଗ୍ରହଣ କରିବାକୁ ସେ ସମର୍ଥକମାନଙ୍କୁ କହିଛନ୍ତି ।

ନିକଟରେ ସମାପ୍ତ ବିଧାନସଭା ନିର୍ବାଚନରେ କଂଗ୍ରେସ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା । ମଧ୍ୟପ୍ରଦେଶରେ କଂଗ୍ରେସ ୧୧୪ଟି ସିଟ ପାଇଥିବାବେଳେ ରାଜସ୍ଥାନରେ ୧୦୦ ଟି ସିଟ ପାଇଥିଲା । ତେବେ ଦଳ ବିଏସପି ଓ ଅନ୍ୟ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ଏହି ଦୁଇ ରାଜ୍ୟରେ ସରକାର ଗଢିବାକୁ ଯାଉଛି ।

ସମ୍ବନ୍ଧିତ ଖବର