ରାହୁଲଙ୍କୁ ‘ଶିବ ଭକ୍ତ’ କହି ସମ୍ବୋଧନ କଲେ ସମର୍ଥକ; ସମାଲୋଚନା କଲା ବିଜେପି

ନୂଆଦିଲ୍ଲୀ: ଚଳିତମାସ ଆରମ୍ଭରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କୌଳାସ ମାନସରୋବରକୁ ତୀର୍ଥଯାତ୍ରା କରିଥିବା କଥା ସେ ସମୟରେ ବେଶ୍‌ ଚର୍ଚ୍ଚା ପାଲଟିଥିଲା। ତୀର୍ଥଯାତ୍ରାରେ ଫେରି ରାହୁଲ ସୋମବାର ତାଙ୍କର ଲୋକସଭା ନିର୍ବାଚନ ମଣ୍ଡଳୀରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କର ସମର୍ଥକମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ସହ ତାଙ୍କୁ ଶିବ ଭକ୍ତ ଭାବେ ସମ୍ବୋଧନ କରିଛନ୍ତି।

ଖାଲି ସେତିକି ନୁହେଁ, ରାହୁଲଙ୍କ ସମର୍ଥକମାନେ ‘ବମ୍‌ବମ୍‌ ଭୋଲେ’ ଉଚ୍ଚାରଣ କରିବା ସହ ମନ୍ତ୍ର ମଧ୍ୟ ପଢ଼ିଥିଲେ ବୋଲି ସୂଚନା ରହିଛି। ରାହୁଲ ସେଠାରେ କିଛି ସମୟ ପାଇଁ ଅଟକିଥିଲେ। ସେ ସେଠାରେ ଅଟକି ପୂଜାର୍ଚ୍ଚନା କରିଥିଲେ। କଂଗ୍ରେସ ଦଳର ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟ୍‌ରେ ରାହୁଲ ପୂଜା କରୁଥିବା ବେଳର ଏକ ଛୋଟ ଭିଡିଓ ଅପ୍‌ଲୋଡ ହୋଇଛି।

କୈଳାସ ଯାଇ ଭଗବାନ ଶିବଙ୍କ ଆରାଧାନ କରି ଆମେଥି ଫେଥିବା ରାହୁଲଙ୍କ ତାଙ୍କର ସେଠାକାର ସମର୍ଥକମାନେ ଶିବଙ୍କ ପୋଷ୍ଟର୍‌ ସହ ସ୍ୱାଗତ କରିଥିଲେ।

ସୋମବାର ସକାଳେ ରହୁଲ ଲକ୍ଷ୍ନୌର ଆମୌସୁ ବିମାନ ବନ୍ଦରରେ ଓହ୍ଲାଇବା ପରେ ସିଧା ଆମେଥିକୁ ଯାଇଥିଲେ। ଉତ୍ତରପ୍ରଦେଶର କଂଗ୍ରେସ କମିଟି ଅଧ୍ୟକ୍ଷ ରାଜ ବାବର ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହି ରାହୁଲଙ୍କୁ ସ୍ୱାଗତ କରିଥିଲେ।

ରାହୁଲ ପରେ ଭୋପାଳ ଗସ୍ତ କାଳରେ ବି ଏହି ପରି ଭବ୍ୟ ସ୍ୱାଗତ ପାଇଥିଲେ। ସେଠାକାର ତାଙ୍କର ପ୍ରଶଂସକମାନେ ବି ତାଙ୍କୁ ପୋଷ୍ଟର୍‌ ସହ ସ୍ୱାଗତ କରିଥିଲେ।

ରାହୁଲଙ୍କୁ ଏପରି ଭାବେ ‘ଶିବ ଭକ୍ତ’ କହିବା ‘ନରମ ହିନ୍ଦୁତ୍ୱ ଏଜେଣ୍ଡା’ର ଉଦାହରଣ ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।

 

ସମ୍ବନ୍ଧିତ ଖବର