ଏହି ୧୦ ଜଣ ହେଉଛନ୍ତି ଭାରତର ସବୁଠାରୁ ଧନୀ ରାଜନେତା, ଜାଣନ୍ତୁ ଏମାନଙ୍କ ସମ୍ପତ୍ତିର ମୂଲ୍ୟ କେତେ

ଭାରତ ଦୁନିଆର ସବୁଠାର ଦ୍ରୁତଗତିରେ ବିକଶିତ ଦେଶ। ଏହି ଦେଶରେ ଏଭଳି କିଛି ନେତା ଅଛନ୍ତି ଯେଉଁମାନଙ୍କ ପାଖରେ କେବଳ ରାଜନୈତିକ ଶକ୍ତି ଅଛି ତାହା ନୁହେଁ ବରଂ ଦେଶର ଧନୀ ରାଜନେତାମାନଙ୍କ ତାଲିକାରେ ସାମିଲ ଅଛନ୍ତି। ଏମିତି ୧୦ଟି ନେତାଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା…

 

୧. ଜୟା ବଚ୍ଚନ: ଜୟା ବଚ୍ଚନ ଜଣେ ଚର୍ଚ୍ଚିତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଜୟା ସାମାଜବାଦୀ ପାର୍ଟିର ଜଣେ ସକ୍ରିୟ ସଦସ୍ୟ। ସେ ଉତ୍ତରପ୍ରଦେଶରୁ ପ୍ରତିନିଧିତ୍ୱ କରନ୍ତି। ତାଙ୍କ ସମ୍ପତ୍ତି ମୂଲ୍ୟ ୨୦୧୨ରେ ୫୦୦କୋଟି ଥିବା ବେଳେ ୨୦୧୮ରେ ତାହା ବୃଦ୍ଧି ପାଇ ୧,୦୦୦କୋଟି ଟଙ୍କାରେ ପହଞ୍ଚିଛି।

୨. ଅଭିଶେଖ ମନୁ ସିଙ୍ଘବି:  ଅଭିଶେଖ ସିଙ୍ଘବି କଂଗ୍ରେସର ଜଣେ ପ୍ରବକ୍ତା। ସେ ଲୋକସଭାରୁ ପ୍ରତିନିଧିତ୍ୱ କରନ୍ତି। ପେସାରେ ସେ ଜଣେ ଆଇଜୀବୀ। ମନୁ ସିଙ୍ଘବିଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି ୮୬୦କୋଟି ଟଙ୍କା ।

୩.ଜୟଦେବ ଗାଲ୍ଲା: ‘ତେଲୁଗୁ ଦେଶମ୍‌ ପାର୍ଟି’ର ଲୋକସଭା ସାଂସଦ ତଥା ଅମର ରାଜ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୟଦେବ ଗାଲ୍ଲ। ତାଙ୍କର ସମ୍ପତ୍ତିର ମୂଲ୍ୟ ୬୮୩କୋଟି ଟଙ୍କା ପାଖାପାଖି ରହିଛି।

୪. ଜଗନ୍‌ମୋହନ୍‌ ରେଡ୍ଡି: ଜଗନ୍‌ମୋହନ୍‌ ରେଡ୍ଡି ‘ଓ୍ଵାଇ ଏସ୍‌ ଆର୍‌ କଂଗ୍ରେସର ସୁପ୍ରିମୋ । ୪୧୬କୋଟି ଟଙ୍କାର ସମ୍ପତ୍ତି ସହିତ ଭାରତର ସବୁଠାରୁ ଧନୀ ରାଜନେତା ତାଲିକାରେ ତାଙ୍କର ନାମ ରହିଛି।

୫. ସାବିତ୍ରୀ ଜିନ୍ଦଲ : ଭାରତୀୟ ଜାତୀୟ କଂଗ୍ରେସର ବିଧାୟକ ସାବିତ୍ରୀ ଜିନ୍ଦଲ ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷା । ତାଙ୍କର ସମ୍ପତ୍ତିର ମୂଲ୍ୟ ୪୩୬କୋଟି ଟଙ୍କା ରହିଛି।

୬. ନବୀନ ଜିନ୍ଦଲ:  କୁରୁକ୍ଷେତ୍ରର ପୂର୍ବ ସାଂସଦ ଥିଲେ ନବୀନ ଜିନ୍ଦଲ । ସେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ଵର ଲିମିଟେଡର ଅଧ୍ୟକ୍ଷ। ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ନବୀନ ଜିନ୍ଦଲଙ୍କ ସମ୍ପତ୍ତିର ମୂଲ୍ୟ ୩୦୮କୋଟି ଟଙ୍କା ପାଖାପାଖି ରହିଛି।

୭.ଅନିଲ ଏଚ ଲେଡ: ଅନିଲ ଏଚ ଲେଡ କଂଗ୍ରେସ ପାର୍ଟିର ଜଣେ ସକ୍ରିୟ ନେତା। ସେ କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସର ପ୍ରତିନିଧିତ୍ୱ କରନ୍ତି।  ଅନିଲ ଏଚ ଲେଡ ପାଖରେ ୧୭୯କୋଟି ଟଙ୍କାର ସମ୍ପତ୍ତି ରହିଛି।

୮. ରାଜକୁମାର ଧୁତ୍‌: ରାଜକୁମାର ଧୁତ୍‌ ମହାରାଷ୍ଟ୍ରର ରାଜ୍ୟସଭା ସାଂସଦ ଓ ଭିଡିଓକୋନ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିର ମାଲିକ।  ତାଙ୍କ ସମ୍ପତ୍ତିର ମୂଲ୍ୟ ୨୮୦କୋଟି ଟଙ୍କା।

୯. ତାକମ୍‌ ତାଗର୍‌: ତାକମ୍‌ ତାଗର୍‌ ପାଲିନ୍‌ ନିର୍ବାଚନ ମଣ୍ଡଳୀର ଜଣେ ସାଂସଦ। ତାଙ୍କର ସମ୍ପତ୍ତିର ମୂଲ୍ୟ ପାଖାପାଖି ୨୦୯କୋଟି ଟଙ୍କା ହେବ।

୧୦. ନାମା ନାଗେସ୍ୱାରା ରାଓ୍ଵ: ‘ତେଲୁଗୁ ଦେଶମ୍‌ ପାର୍ଟି’ର ଲୋକସଭା ସାଂସଦ ନାମା ନାଗେସ୍ୱାରା ଭାରତର ଧନୀ ରାଜନେତା ମଧ୍ୟରୁ ଜଣେ। ନାମା ନାଗେସ୍ୱାରାଙ୍କ ପାଖରେ ପାଖାପାଖି ୧୭୪କୋଟି ଟଙ୍କାର ସମ୍ପତ୍ତି ରହିଛି।

 

 

ସମ୍ବନ୍ଧିତ ଖବର