ବିଜେପି ଟିକିଟ୍‌ରେ ଗୁଜୁରାଟ ନିର୍ବାଚନ ଲଢ଼ିବେ ୧୪ କଂଗ୍ରେସ ବିଦ୍ରୋହୀ

ନୂଆଦିଲ୍ଲୀ: ୧୪ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ନେଇ ବିଜେପି ଆଗାମୀ ଗୁଜୁରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ବାହାରିଛି। କଂଗ୍ରେସ ପାର୍ଟିର ଅକ୍ତିଆରରେ ଥିବା ଏହି ସବୁ ଆସନଗୁଡ଼ିକରେ କଂଗ୍ରେସକୁ ଦୁର୍ବଳ କରିବା ବିଜେପିର ଉଦ୍ଦେଶ୍ୟ ବୋଲି କୁହାଯାଉଛି। ଏହାଦ୍ୱାରା ବୃହତ୍ତର ମେଣ୍ଟ ଗଠନ କରିବାକୁ ଚାହୁଁ ଥିବା ପ୍ରତିଦ୍ୱନ୍ଦୀମାନଙ୍କ ଅଞ୍ଚଳରୁ ଅଧିକ ଭୋଟ୍‌ ପାଇବା ମଧ୍ୟ ପିଜେପିର ଆଶା।

ବିଜେପି ନେତାମାନେ ଆଶା କରୁଛନ୍ତି ଯେ କଂଗ୍ରେସ୍‌ ବିଧାୟକମାନେ ସେମାନଙ୍କର ପୂର୍ବ ଆସନ ଫେରି ପାଇବା ଲାଗି ନିଜର ସବୁମତେ ଉଦ୍ୟମ କରିବେ। ସେମାନଙ୍କ ପ୍ରତି ଆସୁଥିବା ସମର୍ଥନ ବିଜେପିକୁ କଂଗ୍ରେସ ସହ ମୁକାବିଲା କରିବାରେ ସହାୟକ ହେବ।

ଓବିସି ନେତା ଅଲପେଶ ଠାକୋରଙ୍କ କଂଗ୍ରେସ୍‌ରେ ଯୋଗଦାନ ନିଷ୍ପତ୍ତିକୁ ଦଳର ସମୃଦ୍ଧି ମନେ କରାଯାଉଥିଲେ ମଧ୍ୟ ସେ ସେହି ବର୍ଗର ବିଜେପି ନେତା ଭରତସିଂ ସୋଲାଙ୍କିଙ୍କ ସମକକ୍ଷ ହୋଇ ପାରିବା ଭଳି ବିଜେପି ଅନୁଭବ କରୁନାହିଁ। ତା’ଛଡ଼ା ବିଜେପି ସହ ମତାନ୍ତର ଥିବା ପଟେଲ୍‌ମାନଙ୍କ ସହ ମଧ୍ୟ ଠାକୋର ସମ୍ପ୍ରଦାୟର ଭଲ ପଟୁନାହିଁ।

ଆଗାମୀ ବିଧାନସଭା ନିର୍ବାଚନରେ ୧୨ ଜଣ ବିଦ୍ରୋହୀ କଂଗ୍ରେସ ନେତା ସେମାନଙ୍କର ଆନୁଷ୍ଠାନିକ ପ୍ରାର୍ଥୀ ହେବେ ବୋଲି ବିଜେପି ସୂତ୍ରରୁ ନିଶ୍ଚିତ କରାଯାଇଛି। ନୂତନ ରାଜନୈତିକ ଦଳ ଗଠନ କରିଥିବା ଶଙ୍କେର୍‌ସିଂ ଭାଘେଲା ଏବଂ ତାଙ୍କ ପୁଆ ମହେନ୍ଦ୍ରସିଂ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିପାରନ୍ତି। ସେ ଏକ ପୃଥକ୍‌ ଦଳରେ ରହିବାକୁ ଅତି ଆଗ୍ରହୀ ବୋଲି ବର୍ଷିୟାନ୍‌ ନେତା ଶଙ୍କେର୍‌ସିଂ ଭାଘେଲା ସୂଚନା ଦେଇଛନ୍ତି। ଅଧିକାଂଶଙ୍କର ଅନୁଗାମୀ ଥିବାରୁ କଂଗ୍ରେସ ବିଧାୟକମାନେ ବିଜେପି ଥାଳକୁ ଭୋଟ୍‌ ପକାଇବେ ବୋଲି ଦଳର ଜଣେ ନେତା କହିଛନ୍ତି। ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ନିର୍ବାଚନରେ ବିଜେପି ମଧ୍ୟ ସେହି ଏକା ସୂତ୍ର ପ୍ରୟୋଗ କରି କଂଗ୍ରେସ ଏବଂ ବିଏସ୍‌ପିରୁ କେତେକ ନେତାଙ୍କୁ ଆଣିଛି।

ହାର୍ଦ୍ଦିକ ପଟେଲ୍‌ ବରୁଣ ପଟେଲ୍‌, ରମେଶ ପଟେଲ୍‌, ମହେଶ ପଟେଲ୍‌ ଏବଂ ଗୀତା ପଟେଲ୍‌ଙ୍କ ସହଯୋଗୀଙ୍କ ସମେତ ପଟେଲ୍‌ ଅମାନତ୍‌ର ୭୦ ଜଣ ସଦସ୍ୟ ବିଜେପିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ବିଜେପି ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର