ଗୁଜୁରାଟ ବିଧାନସଭାରୁ ଦୁଇ କଂଗ୍ରେସ ବିଧାୟକ ୩ ବର୍ଷ ପାଇଁ ନିଲମ୍ବିତ

ଗାନ୍ଧିନଗର: ବୁଧବାର ଗୁଜୁରାଟ ବିଧାନସଭାରେ ଏକ ଅପ୍ରୀତିକର ଘଟଣା ଘଟିଛି , ଯାହା ଆମ ସମ୍ବିଧାନ ପାଇଁ ଏକ ଲଜ୍ଜ୍ୟା ଜନକ ଘଟଣା । ବୁଧବାର ବିଜେପି ଓ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ଗୃହରେ ହଟ୍ଟଗୋଳ ପରେ ବାଚଷ୍ପତି କଂଗ୍ରେସର ଦୁଇ ବିଧାୟକଙ୍କୁ ୩ ବର୍ଷ ପାଇଁ ଓ ଜଣଙ୍କୁ ଏକ ବର୍ଷ ପାଇଁ ନିଲମ୍ବିତ କରିଛନ୍ତି । ଏହା ପୂର୍ବରୁ ବିଧାନସଭାରେ କିଛି କଂଗ୍ରେସ ନେତା ବିଜେପି ବିଧାୟକ ଯଗଦିଶ ପାଞ୍ଚାଲଙ୍କୁ ମାଉକ୍ରୋଫୋନ ରଡରେ ଆକ୍ରମଣ କରିଥଲେ । ଏହା ପରେ ଶାସକ ଦଳର ସଦସ୍ୟମାନେ ମଧ୍ୟ କଂଗ୍ରେସ ନେତା ଅମ୍ରିଶ ଦେରଙ୍କୁ ଆକ୍ରମଣ କରିଥିଲେ । ବିଜେପି ଓ କଂଗ୍ରେସର ଏପରି କାର୍ଯ୍ୟରେ ବିଧାନସଭା ରଣ କ୍ଷେତ୍ରରେ ପରିଣତ ହୋଇଥିଲା । କଂଗ୍ରେସ ବିଧାୟକ ବିକ୍ରମ ମାଡମଙ୍କୁ ପ୍ରଶ୍ନ କରିବାକୁ ଅନୁମତି ଦିଆନଯିବାରୁ ହଟ୍ଟଗୋଳର ସୂତ୍ରପାତ ହୋଇଥିଲ। କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିଲେ। ଏହାକୁ ନେଇ ଉଭୟ ଦଳର ପ୍ରାୟ ୯ ଜଣ ବିଧାୟକ ପରସ୍ପର ମଧ୍ୟରେ ମାରପିଟ୍‌ ହୋଇଥିଲେ।

ଏହାପରେ ବାଚଷ୍ପତି ରାଜେନ୍ଦ୍ର ତ୍ରିପାଠୀ କଂଗ୍ରେସର ଦୁଇ ବିଧାୟକ ପ୍ରତାପ ଦୁଧାତ୍‌ ଓ ଅମ୍ରିଶ ଦେରଙ୍କୁ ୩ ବର୍ଷ ପାଇଁ ନିଲମ୍ବିତ କରିଥିବା ବେଳେ ଅନ୍ୟ ଏକ ବିଧାୟକ ବଳଦେବଜୀ ଠାକୁରଙ୍କୁ ଏକ ବର୍ଷ ପାଇଁ ନିଲମ୍ବିତ କରଛନ୍ତିି । ଏହା ରାଜ୍ୟ ଇତିହାସରେ ସବୁଠୁ ଅଧିକ ବର୍ଷ ପାଇିଁ ନିଲମ୍ବିତ ହୋଇଥିବା ବିଧାୟକ ଙ୍କ ଘଟଣା । ତିନି ବିଧାୟକଙ୍କୁ ନିଲମ୍ବନ କଲାପରେ ସେମାନଙ୍କୁ ବିଧାନସଭା ପରିସରକୁ ଆସିବାକୁ ମନା କରାଯାଇଛି । ନିଜର ସାଥୀ ସଦସ୍ୟଙ୍କ ନିଲମ୍ବନକୁ ବିରୋଧ କରି କଂଗ୍ରେସର ଅନ୍ୟ ବିଧାୟକମାନେ ଗୃହ ପରିତ୍ୟାଗ କରିଥିଲେ ।

ଏହି ଘଟଣା ପରେ ଉପ ମୁଖ୍ୟମନ୍ତ୍ରୀ ନିତୀନ ପଟେଲ ଦେର ଓ ଦତଙ୍କୁ ତିନି ବର୍ଷ ନିଲମ୍ବିତ କରିବା ପାଇଁ ପ୍ରସ୍ତାବ ଆଣିଥିଲେ ଓ ଠାକୁରଙ୍କୁ ଏକ ବର୍ଷ ନିଲମ୍ବନ ପାଇଁ ଅନ୍ୟ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ବାଚଷ୍ପତି ରାଜେନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷରେ ଭୋଟ ଗ୍ରହଣ କରାଗଲା ଓ ବହୁମତରେ ଏହି ପ୍ରସ୍ଥାବକୁ ପାରିତ କରାଗଲା । ଏହି ଘଟଣାକୁ ରାଜେନ୍ଦ୍ର ନିନ୍ଦା କରିବା ସହ ବିଧାନସଭା ଇତିହାସରେ ଏହା ଏକ କଳା ଦିନ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର