ବାଲେଶ୍ବର: ବାଲେଶ୍ବର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ପାଇଁ ଆଜି ଦଳର ବହୁ ହେଭିୱେଟ୍ ନେତା ଜୋରଦାର ପ୍ରଚାର କରିଛନ୍ତି। ପୂର୍ବାହ୍ନ ୧୧ଟା ସମୟରେ ସଦର ବ୍ଲକ ବଇଁଚା ପଞ୍ଚାୟତରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇଥିଲା।
ସମାବେଶର ମୁଖ୍ୟ ଆକର୍ଷଣ ଭାବେ ଖଣ୍ଡପଡ଼ାର ବିଧାୟକ ତଥା ବରିଷ୍ଠ ବିଜେଡି ନେତା ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ନବୀନ ସରକାରଙ୍କ ନେତୃତ୍ବରେ ମହାମାରୀ କୋଭିଡର ସଫଳ ମୁକାବିଲା କରାଯାଇ ଓଡ଼ିଶା ଆଜି କେବଳ ଭାରତବର୍ଷରେ ନୁହେଁ ବିଶ୍ବ ଦରବାରରେ ବଡ଼ ଉଦାହରଣ ପାଲଟିଥିବା କହିଥିଲେ। ଏଥିସହ ସେ ଆହୁରି ମଧ୍ୟ କହିଥିଲେ ଯେ, ନବୀନ ପଟ୍ଟନାୟକଙ୍କ ନେତୃତାଧୀନ ସରକାର ଓଡ଼ିଶାର ପରିଚୟ ବଦଳାଇଛି। ଦିନଥିଲା ଓଡ଼ିଶାର ଲୋକମାନେ ଖାଇବା ପିଇବାକୁ ନପାଇ ମରିଯାଉଛନ୍ତି! ପ୍ରତିଦିନ ଅନାହାର ମୃତ୍ୟୁ ହେଉଛି! କାମଧନ୍ଦା ନପାଇ ଲୋକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଳାଉଛନ୍ତି! ଏଭଳି ଅଭିଯୋଗ ସବୁ ଆସୁଥିଲା। ହେଲେ ନବୀନ ପଟ୍ଟନାୟକ ଆହ୍ବାନ ଦେଲେ ଏ ରାଜ୍ୟରେ କେହି ଭୋକିଲା ରହିବେ ନାହିଁ। ଫଳସ୍ବରୂପ ଗରିବ, ଅସହାୟ ଓ ଦାଦନ ପରିବାର ଆଦି ଅନାହାରରୁ ମୁକ୍ତି ପାଇଛନ୍ତି। ନବୀନ ବାବୁଙ୍କ ଏହି ବିକାଶର ଧାରା ଗତ ସାଧାରଣ ନିର୍ବାଚନ ସମୟରେ ବନ୍ଦ ହୋଇଯାଇଥିଲା। ପ୍ରଥମଥର ମତଦାନ ଦେଇ ଯେଉଁ ଭୁଲ ହୋଇଛି, ଦ୍ବିତୀୟ ବାର ଆଉ ସେପରି ଭୁଲ ନକରିବା ସହ ସମସ୍ତେ ବୁଝିବିଚାରି ଭୋଟଦାନ କରିବାକୁ ଶ୍ରୀ ପଟ୍ଟନାୟକ କହିଥିଲେ।
/sambad/media/post_attachments/wp-content/uploads/2020/10/a2d1d323-23d9-4fd0-978c-b2d35547ed03-1024x579.jpg)
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ସଭାରେ ଆଇନ ମନ୍ତ୍ରୀ ତଥା ବାଲେଶ୍ବର ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାସ, ପ୍ରାର୍ଥୀ ସ୍ବରୂପ ଦାସ, ଦଳର ଉପସଭାପତି ତଥା ବରିଷ୍ଠ ବିଧାୟକ ଦେବୀ ମିଶ୍ର, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ସାଂସଦ ତଥା ଦଳର ବାଲେଶ୍ବର ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ ପ୍ରମୁଖ ଉପସ୍ଥିତ ରହି ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଦେବା ସହ ବିଜେଡିକୁ ଜିତାଇବାକୁ କହିଥିଲେ। ଏହାପେର ସିଦ୍ଧିକଲ୍ୟାଣ ମଣ୍ଡପରେ ଦଳର ଏକ ମହାମିଶ୍ରଣ ପର୍ବରେ ଯୋଗଦେଇଥିବା ବେଳେ ପୁଣି ଗୋପୀନାଥପୁର, ସିନ୍ଧିଆ, ପରିଖି, ଓଡ଼ିଙ୍ଗୀ ପଞ୍ଚାୟତରେ ଅନୁଷ୍ଠିତ ଦଳୀୟ ସମାବେଶରେ ଶ୍ରୀ ପଟ୍ଟନାୟକ ଯୋଗଦେଇ ସ୍ବରୂପଙ୍କ ପାଇଁ ମାରାଥନ ପ୍ରଚାର କରିଥିଲେ। ସେହିପରି ବାଲେଶ୍ବର ସହରର ସିଦ୍ଧିକଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ମହାମିଶ୍ରଣ ପର୍ବରେ ସେ ସାମିଲ ହୋଇଥିଲେ। ସଂଧ୍ୟାରେ ମଧ୍ୟ ସହରର ବିଭିନ୍ନ ୱାର୍ଡରେ ଆୟୋଜିତ ବିଜେଡିର ପ୍ରଚାର କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଯୋଗଦେଇଥିବା ଦେଖିବାକୁ ମିଳିଥିଲା। ଏହି ମାରାଥନ ପ୍ରଚାରରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ବିଧାୟକ ଉମା ସାମନ୍ତରାୟ, ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ, ଶଶୀକୁମାର ସାହୁ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/4cf2edb4-80ad-4e9b-8140-1b312e1531a5.jpg)