ତୃଣମୂଳରେ ଘନଉଛି ଅନ୍ତର୍ଦ୍ୱନ୍ଦ୍ବ : ଦଳ ଛାଡିଲେ ୨ ବିଧାୟକ ଓ ୫୨ କାଉନସିଲର

ନୂଆଦିଲ୍ଲୀ : ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ଏବେ ମଧ୍ୟ ଅବ୍ୟାହତ ରହିଛି।  ଆଜି ଟିଏମସିର ୨ ଜଣ ବିଧାୟକ ଓ ପ୍ରାୟ ୫୨ ଜଣ କାଉନସିଲର ଦଳରୁ ଇସ୍ତଫା ଦେଇ  ବିଜେପିରେ ମିଶିଛନ୍ତି । ଆଉ ଜଣେ ସିପିଏମ ବିଧାୟକ ମଧ୍ୟ ବିଜେପିରେ ମିଶିଛନ୍ତି । ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ରହିଛନ୍ତି ବିଜେପି ନେତା ମୁକୁଲ ରାୟଙ୍କ ପୁଅ ତଥା ବିଜପୁର ବିଧାୟକ ଶୁଭ୍ରାଂଶୁ ରାୟ । ଅନ୍ୟ ଦୁଇଜଣ ବିଧାୟକ ହେଲେ ଶିଳଭଦ୍ର ଦତ୍ତ ଓ ସୁନୀଲ ସିଂ ।  ଆଜି ଦିଲ୍ଲୀସ୍ଥିତ ବିଜେପି ଅଫିସରେ ଅନୁଷ୍ଠିତ ଏକ ସମାରୋହରେ ସେମାନେ ବିଜେପିରେ ମିଶିଛନ୍ତି ।

ଏହା ପୂର୍ବରୁ ଟିଏମସି ଦଳ ବିରୋଧୀ କାମ ଲାଗି ଶୁଭ୍ରାଂଶୁ ରାୟଙ୍କୁ ୬ ବର୍ଷ ପାଇଁ ନିଳମ୍ବନ କରିଥିଲା । ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ ଟିଏମସିରୁ ଆହୁରି ଅନେକ ବିଧାୟକ ଇସ୍ତଫା ଦେବାକୁ ବିଚାର କରୁଛନ୍ତି । ନିକଟରେ ସମାପ୍ତ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୧୮ଟି ଓ ଟିଏମସି ୨୩ଟି ଆସନ ଜିତିଥିଲା ।

ସମ୍ବନ୍ଧିତ ଖବର