ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି; ମାଓବାଦୀଙ୍କ ସହ ଏନ୍‌କାଉଣ୍ଟରରେ ୨ ଯବାନ ଆହତ

ରାୟପୁର: ଛତିଶଗଡ଼ର ଆଠଟି ଜିଲ୍ଲାର ୧୮ଟି ଆସନ ପାଇଁ ଚାଲିଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସୋମବାର ମଧ୍ୟାହ୍ଣ ୧.୩୦ ସୁଦ୍ଧା ମତଦାନ ହାର ୩୩.୮୬ ପ୍ରତିଶତ ରହିଛି । ମତଦାନ ଚାଲିଥିବା ସମୟରେ ସଂଦିଗ୍ଧ ମାଓବାଦୀ ଓ ପୁଲିସ୍‌ ମଧ୍ୟରେ ମୁହାଁମୁହିଁ ହୋଇ ଗୁଳି ବିନିମୟ ହୋଇଛି। ଏହି ଗୁଳି ମିନିମୟରେ ଦୁଇ କୋବ୍ରା ବ୍ୟାଟାଲିୟନ୍‌ ଯବାନ ଆହତ ହୋଇଥିବା ସୂଚନା ରହିଛି।

ପୂର୍ବରୁ ମଧ୍ୟ ମାଓବାଦୀମାନେ ଏପରି ବର୍ବର କାଣ୍ଡ ରଚି ସାରିଛନ୍ତି। ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌)ର ୧୯୫ ବ୍ୟାଟେଲିୟନ୍‌ର ଯବାନମାନେ ମତଦାନ କେନ୍ଦ୍ରକୁ ଆସୁଥିବା ବେଳେ ମାଓବାଦୀମାନେ ବିସ୍ଫୋରଣ ଘଟାଇଥିଲେ। ଉକ୍ତ ବିସ୍ଫୋରଣରେ କାହାରି କିଛି କ୍ଷତି ଘଟିନଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ସୋମବାର ସକାଳ ୭ଟା ସମୟରୁ ଏହି ମତଦାନ  ଆରମ୍ଭ ହୋଇଯାଇଛି। ମାଓ ଅଧ୍ୟୁଷିତ ବସ୍ତର ଓ ରାଜନନ୍ଦଗାଓଁ ଜିଲ୍ଲାରେ ଏହି ମତଦାନ ପାଇଁ ୧୦୦,୦୦୦ ସୁରକ୍ଷାକର୍ମୀ ନିଯୋଜିତ ହୋଇଛନ୍ତି। ପ୍ରଥମେ ୧୦ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ପରେ ଅନ୍ୟ ୮ଟି ଆସନ ପାଇଁ ମତଦାନ କରାଯାଉଛି ।

ସମ୍ବନ୍ଧିତ ଖବର