ନୂଆଦିଲ୍ଲୀ: ଚଳିତବର୍ଷ କାର୍ଯ୍ୟକାଳ ଶେଷ ହେବାକୁ ଥିବା ୧୬ଟି ରାଜ୍ୟର ୫୮ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୩ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ରହିଛି। ନିର୍ବାଚନ କମିସନଙ୍କ ଘୋଷଣା ମୁତାବକ ନିର୍ବାଚନ ପାଇଁ ମାର୍ଚ୍ଚ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ମାର୍ଚ୍ଚ ୧୨ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ମାର୍ଚ୍ଚ ୧୩ ତାରିଖରେ ନାମାଙ୍କନପତ୍ର ଗୁଡ଼ିକର ଯାଞ୍ଚ କରାଯିବ ଏବଂ ୧୫ ତାରିଖ ସୁଦ୍ଧା ନାମାଙ୍କନପତ୍ର ପତ୍ୟାହାର କରାଯାଇ ପାରିବ ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି। ମାର୍ଚ୍ଚ ୨୩ ତାରିଖରେ ମତଦାନ ହୋଇ ସେହିଦିନ ହିଁ ଭୋଟ ଗଣତି ହେବ। ଓଡ଼ିଶାର ରାଜ୍ୟସଭା ସଦସ୍ୟ ଅନଙ୍ଗ ଉଦୟ ସିଂ ଦେଓ, ଦିଲ୍ଲୀପ ତୀର୍କି ଓ ଏ.ଭି.ସ୍ୱାମୀଙ୍କ କାର୍ଯ୍ୟକାଳ ଏପ୍ରିଲ ୩ ତାରିଖରେ ଶେଷ ହେବ। ଅପରପକ୍ଷେ ବିହାରରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କାର୍ଯ୍ୟକାଳ ମଧ୍ୟ ଏପ୍ରିଲ ୨ ତାରିଖରେ ଶେଷ ହେବ। ଏହି ୫୮ଟି ଆସନ ମଧ୍ୟରୁ ୧୦ଟି ଆସନ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ସେହିଭଳି ମହାରାଷ୍ଟ୍ର ଓ ବିହାରର ୬ଟି ଲେଖାଏଁ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୫ଟି ଲେଖାଏଁ, ଗୁଜରାଟ ଓ କର୍ଣ୍ଣାଟକର ୪ଟି ଲେଖାଏଁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା ଓ ରାଜସ୍ଥାନର ୩ଟି ଲେଖାଏଁ, ଝାଡ଼ଖଣ୍ଡର ୨ଟି, ଛତିଶଗଡ଼, ହରିୟାଣା, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ।
୫୮ ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୩ରେ ନିର୍ବାଚନ
ଓଡ଼ିିଶାରୁ ୩ ଆସନ
/sambad/media/post_attachments/wp-content/uploads/2018/01/election-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)