ହାଇଦ୍ରାବାଦ୍‌: ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌) ଦଳର ଅଧ୍ୟକ୍ଷ ତଥା ତେଲେଙ୍ଗାନାର କାମଚଳା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନିର୍ବାଚନୀ ବିଜୟ ପାଇଁ ଦଳୀୟ ମୁଖ୍ୟ ଅଫିସ୍‌ରେ ଦଳ ପକ୍ଷରୁ ବିଜୟ ଉତ୍ସବ ପାଳନ ହୋଇଯାଇଛି। ଏହି ବିଜୟ ଉତ୍ସବର ଶୋଭା ବର୍ଦ୍ଧନ କରିଛି ୯୦ କିଲିଆ ଗୋଲାପୀ ରଙ୍ଗର କେକ୍‌। କେକ୍‌ରେ ଏକ କାର୍‌ ଦେଖିବାକୁ ମିଳିଛି। ଆପଣ ଜାଣିଥିବେ ନିଶ୍ଚୟ ଯେ କାର୍‌ଟି ହେଉଛି ଟିଆର୍‌ଏସ୍‌ର ନିର୍ବାଚନୀ ଚିହ୍ନ। ଏହା ବ୍ୟତୀତ କେକ୍‌ରେ ଚନ୍ଦ୍ରଶେଖର ରାଓଙ୍କ ଯୋଜନାଗୁଡ଼ିକ ବି ଦୃଶ୍ୟମାନ ହୋଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, କେ ଚନ୍ଦ୍ରଶେଖ୍‌ର ରାଓ ଗଜେବେଲ୍‌ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ୫୧ ହଜାରରୁ ଊର୍ଧ୍ୱ ମତରେ ବିଜୟ ଲାଭ କରିଛନ୍ତି।

Advertisment

ତେଲେଙ୍ଗାନା କେବଳ ଟିଆର୍‌ଏସ୍‌ର ବିଜୟ ବିଜୟ ମନାଉ ନାହିଁ। ତେଲ୍‌ଗୁ ଦେଶମ ପାର୍ଟି(ଟିଡିପି) ଓ ଅନ୍ୟ ଦୁଇ ଦଳ ସହ ଗଠବନ୍ଧନ କରିଥିବା ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ମତଦାନ ପ୍ୟାନେଲ୍‌ରେ ଅଭିଯୋଗ ହୋଇଛି ଯେ ଇଲେକ୍‌ଟ୍ରୋନିକ୍ସ ଭୋଟିଂ ମେସିନ୍‌ ଜାଲିଆତି ଦ୍ୱାରା ଟିଆର୍‌ଏସ ନିର୍ବାଚନ ଜିତିଛି।