ନୂଆଦିଲ୍ଳୀ: ବରିଷ୍ଠ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ସୋମବାର ତାଙ୍କର ଭାବୀ ବୋହୂଙ୍କ ସଂପର୍କରେ ସର୍ବସାଧାରଣ କରିଛନ୍ତି। ସେ ଏକ ଟ୍ବିଟ୍ ପୋଷ୍ଟ୍ ଜରିଆରେ ନିଜ ଭାବୀ ବୋହୂଙ୍କ ପରିଚୟ କରାଇଛନ୍ତି। ପୋଷ୍ଟ୍ କରି ସିଦ୍ଧୁ ଲେଖିଛନ୍ତି, ‘ନିଜ ମାଆଙ୍କର ସବୁଠାରୁ ବଡ଼ ଇଚ୍ଛାକୁ ମୋ ପୁଅ ସମ୍ମାନ ଦେଇ ପବିତ୍ର ଦୂର୍ଗା ଅଷ୍ଟମୀ ତିଥିରେ ଗଙ୍ଗା ମାଆ କୋଳରେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ମୁଁ ଆପଣମାନଙ୍କୁ ମୋ ଭାବୀ ବୋହୂ ଇନାୟତ୍ ରନ୍ଧୱାଙ୍କ ସହ ପରିଚିତ କରାଉଛି।’
ସେ ଏପରି ଲେଖିବା ସହ ପୋଷ୍ଟ୍ରେ ୪ଟି ଫଟୋ ସେୟାର୍ କରିଛନ୍ତି। ଗଙ୍ଗାକୂଳରେ ନିର୍ବନ୍ଧ ସଂପନ୍ନ ହୋଇଥିବା ଫଟୋରେ ଦେଖିବାକୁ ମିଳିିଛି। ନିର୍ବନ୍ଧ ସରିବା ପରେ ସପରିବାର ଗଙ୍ଗାରେ ବୁଡ଼ ପକାଇଛନ୍ତି। ଟ୍ବିଟର୍ ବ୍ୟବହାରକାରୀମାନେ ସିଦ୍ଧୁଙ୍କର ଏହି ପୋଷ୍ଟ୍କୁ ଖୁବ ପସନ୍ଦ କରିଛନ୍ତି।
The son honours the most cherished desire of his beloved mother …. On this auspicious Durga-Ashtami day in the lap of mother Ganges , a new beginning , introducing our would be daughter in law Inayat Randhawa . They exchanged promise bands. pic.twitter.com/4ELfTpUTmJ
— Navjot Singh Sidhu (@sherryontopp) June 26, 2023
ସିଦ୍ଧୁଙ୍କ ପୁଅ କରଣ ଏବଂ ତାଙ୍କ ଭାବୀ ପତ୍ନୀ ହସଖୁସିରେ ଫଟୋ ଉଠାଇଥିବା ନଜର ଆସିଛି। ଇନାୟତ ରାନ୍ଧୱା ପଟିଆଲାର ବାସିନ୍ଦା। ଇନାୟତଙ୍କ ପିତାଙ୍କ ନାମ ମନୀନ୍ଦର ରାନ୍ଧୱା। ସେ ପଞ୍ଜାବ ପ୍ରତିରକ୍ଷା ସେବା କଲ୍ୟାଣ ବିଭାଗର ଉପନିର୍ଦ୍ଦେଶକ।
ଆପଣ ଜାଣନ୍ତି ଯେ ନବଜୋତ ସିଂଙ୍କ ପତ୍ନୀ ନବଜୋତ କୌର୍ଙ୍କର କର୍କଟ ରୋଗ ହୋଇଛି। କିଛି ସପ୍ତାହ ପୂର୍ବରୁ, ସେ ଏନେଇ ଏକ ଅପଡେଟ୍ ସେୟାର କରିଥିଲେ। ତାଙ୍କର ପ୍ରଥମ କେମୋଥେରାପି ପରେ ଏକ ଭିଡିଓ ପୋଷ୍ଟ କରିଥିଲେ। ନବଜୋତ ସିଂ ସିଦ୍ଧୁ୧୦ ମାସ ଜେଲ ଦଣ୍ଡ ଭୋଗିବା ପରେ ଏପ୍ରିଲ ୨, ୨୦୨୩ରେ ପଟିଆଲା ସେଣ୍ଟ୍ରାଲ ଜେଲରୁ ମୁକ୍ତ ହୋଇଥିଲେ।