ନୂଆଦିଲ୍ଲୀ: ଦିଲ୍ଲୀ ପାଇଁ ପୂର୍ଣ୍ଣ ରାଜ୍ୟ ପାହ୍ୟା ଦାବି କରି ବୁଧବାର ଦିନ ଆପ୍ ଗୋଟିଏ ଭିଡିଓ ଗୀତ ରିଲିଜ୍ କରିଛି। ଏହି ଗୀତର ଲେଖକ ଓ ଗାୟକ ହେଉଛନ୍ତି ଉତ୍ତରପୂର୍ବ ଦିଲ୍ଲୀର ଲୋକସଭା ପ୍ରାର୍ଥୀ ଦିଲୀପ ପାଣ୍ଡେ।
ନିର୍ବାଚିତ ସରକାର ପୂର୍ଣ୍ଣ କ୍ଷମତା ପାଇଲେ ଦିଲ୍ଲୀ କିଭଳି ଉପକାର ପାଇବ ସେ କଥା ୩. ୩୮ ମିନିଟ୍ ଦୀର୍ଘ ଏହି ଗୀତରେ ବର୍ଣ୍ଣନା କରାଯାଇଛି। ମାର୍ଚ ୧୦ ତାରିଖରୁ ଆରମ୍ଭ ହେଉଥିବା ପୂର୍ଣ୍ଣ ରାଜ୍ୟ ପାହ୍ୟା ଅଭିଯାନରେ ଆପ୍ର ସମସ୍ତ କାର୍ଯ୍ୟକ୍ରମରେ ଏହି ଗୀତ ବାଜିବ।
ମଙ୍ଗଳବାର ଦିନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶିଲା ଦୀକ୍ଷିତ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ସହ ବେଠକ ପରେ ଆପ୍ ସହିତ ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରିବା ପରେ ଆପ୍ ଏ ଭଳି ପଦକ୍ଷେପ ଗ୍ରହଣ କରିଛି। ଆପ୍ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ୍ ପରେ ଅଭିଯୋଗ କରିଛନ୍ତି କି, କଂଗ୍ରେସ ୨୦୧୯ ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିଥିଲା।
ଗୀତ ଲଞ୍ଜ୍ କରିବା ପରେ ଆପ୍ ଦିଲ୍ଲୀର ଆବାହକ ଗୋପାଳ ରାୟ କହିଛନ୍ତି ଗତ ଚାରି ବର୍ଷ ମଧ୍ୟରେ ଦିଲ୍ଲୀ ସରକାର ଉଲ୍ଲେଖଯୋଗ୍ୟ କାମ କରିଛନ୍ତି। ଯଦି ଦିଲ୍ଲୀ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଏ ତେବେ ଆହୁରି ଗୁଡ଼ାଏ କାମ କରିହେବ। ପରେ କେଜ୍ରିଓ୍ଵାଲ୍ ଟୁଇଟର୍ରେ ସେ ଗୀତ ସେୟାର୍ କରି କହିଛନ୍ତି: ଏ ଗୀତ ହେଉଛି ଦିଲ୍ଲୀବାସୀଙ୍କ ଦାବି।