‘ଆପଣ ସର୍ଦ୍ଦାର ବି ଆଉ ଅସରଦାର୍‌ ବି’ : ମନମୋହନଙ୍କୁ ପ୍ରଶଂସାରେ ପୋତିଲେ ସିଦ୍ଧୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା କଂଗ୍ରେସର ତିନି ଦିନିଆ ମହାଅଧିବେଶନର ଯୋଗ ଦେବା ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଭୂରିଭୂରି ପ୍ରଶଂସା କରିଛନ୍ତି ପଞ୍ଜାବର କଂଗ୍ରେସ ମନ୍ତ୍ରୀ ତଥା କ୍ରିକେଟ ତାରକା ନଭଜୋତ୍‌ ସିଂହ ସିଦ୍ଧୁ। ନିଜର ହାସ୍ୟରସ ପାଇଁ ଭାରତୀୟ ଜନତାଙ୍କ ନିକଟରେ ବେଶ ଖ୍ୟାତ ସିଦ୍ଧୁ ନିଜସ୍ୱ ଅନ୍ଦାଜ ଓ ଶୈଳୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଶଂସା କରି କହିଛନ୍ତି, ‘ଆପଣ (ମନମୋହନ ସିଂହ) ସର୍ଦ୍ଦାର ବି ଅଟନ୍ତି; ଆଉ ‘ଅସରଦାର୍‌’ (ପ୍ରଭାବଶାଳୀ) ବି ଅଟନ୍ତି।’ (ଆପ୍‌ ସର୍ଦ୍ଦାର ଭି ହୋ ଔର ଅସରଦାର ଭି)। ‘ଆପଣଙ୍କ ନିରବତା ଦେଶର ଯେତିକି ବିକାଶ ଓ ପ୍ରଗତି ଘଟାଇଛି ଭାରତୀୟ ଜନତା ପାର୍ଟି (ବିଜେପି)ର ଗର୍ଜନ, ତର୍ଜନ ଓ ପ୍ରଚାର ଦେଶର ସେତିକି ବିକାଶ ଓ ପ୍ରଗତି ଘଟାଇବାରେ ସମର୍ଥ ହୋଇ ପାରି ନାହିଁ’ ବୋଲି ମନମୋହନ ସିଂହଙ୍କ ପ୍ରଶଂସାରେ କହିଛନ୍ତି କଂଗ୍ରେସର ନେତା ଓ ପଞ୍ଜାବ ମନ୍ତ୍ରୀ ନଭଜୋତ୍‌ ସିଂହ ସିଦ୍ଧୁ।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ନଭଜୋତ୍‌ ସିଂହ ସିଦ୍ଧୁ ଯେତେବେଳେ ବିଜେପିରେ ଥିଲେ ସେତେବେଳେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ‘ପପୁ ପିଏମ୍‌’ କହି କଟାକ୍ଷ କରିଥିଲେ।

ସମ୍ବନ୍ଧିତ ଖବର