ଛତିଶଗଡ଼ର ସମସ୍ତ ୯୦ ଆସନରେ ପ୍ରାର୍ଥୀ ଦେବ ଆମ୍‌ ଆଦମୀ ପାର୍ଟି: କେଜ୍ରିଓ୍ଵାଲ୍‌

ରାୟପୁର: ଆମ୍‌ ଆଦମୀ ପାର୍ଟି ଆଗାମୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ ସମସ୍ତ ୯୦ ଆସନରେ ପ୍ରାର୍ଥୀ ଦେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସଂଯୋଜକ ଅରବିନ୍ଦ ଅଗ୍ରଓ୍ଵାଲ ରବିବାର ଏହା କହିଛନ୍ତି। କେଜ୍ରିଓ୍ଵାଲ କହିଛନ୍ତି, ଏଥିପାଇଁ ଦଳ ପ୍ରସ୍ତୁତ ହୋଇ ସାରିଛି।

ଛତିଶଗଡ଼ର ରାଜଧାନୀ ରାୟପୁରରେ ଏକ ବିଶାଳ ର‍୍ୟାଲିକୁ ଛତିଶଗଡ଼ି ଭାଷାରେ ସମ୍ବୋଧନ କରିଥିଲେ। ସାଇନ୍ସ କଲେଜ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେଜ୍ରିଓ୍ଵାଲ କହିଥିଲେ, ଆମେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପ୍ରତି ୨୬୦୦ ଟଙ୍କାରେ ଧାନ କିଣିବୁ, ସମସ୍ତଙ୍କୁ ରୋଜଗାର ଦେବୁ। ସେ କହିଛନ୍ତି, ଆଜି ଏଠାକୁ ଲୋକମାନେ କେଜ୍ରିଓ୍ଵାଲଙ୍କ ଭାଷଣ ଶୁଣିବାକୁ ଆସି ନାହାନ୍ତି। ଆଜି ଲୋକମାନେ ରମଣ ସିଂହ ସରକାରକୁ ଉପାଡ଼ି ଫିଙ୍ଗିବାକୁ ଆସିଛନ୍ତି।

କେଜ୍ରିଓ୍ଵାଲ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ପରିଚାଳିତ ରାଜ୍ୟ ସରକାରକୁ ତୀବ୍ର ନିନ୍ଦା କରିଥିଲେ। କେଜ୍ରିଓ୍ଵାଲ ଧାନର ପ୍ରକୃତ ମୂଲ୍ୟ ଓ ବେକାରୀ ସମସ୍ୟା ଦୂର କରି ରୋଜଗାର ଦେବାକୁ କହିଥିଲେ। ରାଜ୍ୟରେ କୋଇଲା, ହୀରା ଓ ଅନ୍ୟ ଖଣିଜ ପଦାର୍ଥ ପ୍ରଚୁର ଥିଲେ ମଧ୍ୟ ଏହି ରାଜ୍ୟର ଚାଷୀ, ହସ୍ପିଟାଲ, ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆସି ନାହିଁ।

ସମ୍ବନ୍ଧିତ ଖବର