ମଙ୍ଗଳବାର ଦିନ ଘୋଷଣା କରାଯିବ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ‘ଆପ୍‌’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଅରବିନ୍ଦ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ‘ଆପ୍‌’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଦଳର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ୍‌ ଆଜି କହିଛନ୍ତି।

‘ଆପ୍‌’ର ‘ଲୋକେ ଚୟନ କରିବେ ନିଜ ମୁଖ୍ୟମନ୍ତ୍ରୀ’ ଅଭିଯାନରେ ଏଯାବତ୍‌ ୧୫ ଲକ୍ଷ ଜନତା ନାମ ପ୍ରସ୍ତାବ ଦେଇଛନ୍ତି ବୋଲି ଦଳର ବିଧାୟକ ହର୍‌ପାଲ୍‌ ସିଂହ ଚୀମା କହିବାର ଦିନକ ପରେ କେଜ୍ରିୱାଲ୍‌ ଏକଥା ଘୋ‌ଷଣା କରିଛନ୍ତି।

Image Courtesy of The Economic Times

ଫେବ୍ରୁଆରି ୧୪ରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ନିଜ ନିଜର ପସନ୍ଦ ପ୍ରାର୍ଥୀଙ୍କ ନାମ ପ୍ରସ୍ତାବ କରିବା ଲାଗି ‘ଆପ୍‌’ ଜନସାଧାରଣଙ୍କୁ ଉପରୋକ୍ତ ଅଭିଯାନରେ ଅନୁରୋଧ କରିଥିଲା।

ପଞ୍ଜାବ ମୁଖ୍ୟମନ୍ତ୍ରୀ ପାଇଁ ନିଜର ପସନ୍ଦ ଭଗୱନ୍ତ ସିଂହ ମାନ୍‌ ବୋଲି କହିବା ସତ୍ତ୍ବେ ଜନସାଧାରଣଙ୍କୁ ନିଜ ନିଜର ପସନ୍ଦ ପ୍ରସ୍ତାବ ଦେବା ପାଇଁ ଅରବିନ୍ଦ କେଜ୍ରିୱାଲ୍‌ କହିଥିଲେ। ‘ଲୋକେ ଚୟନ କରିବେ ନିଜ ମୁଖ୍ୟମନ୍ତ୍ରୀ’ ଅଭିଯାନରେ ଲୋକମତ ସଂଗ୍ରହ  ପାଇଁ ଗୋଟାଏ ମୋବାଇଲ୍‌ ନମ୍ବର ମଧ୍ୟ ରିଲିଜ୍‌ କରାଯାଇଥିଲା। ଏହି ଫୋନ୍‌ ନମ୍ବର ରିଲିଜ୍‌‌ ହେବାର ୭୨ ଘଣ୍ଟା ମଧ୍ୟରେ ପ୍ରାୟ ୧୫ ଲକ୍ଷ ଲୋକ ସେମାନଙ୍କର ମତ ଦେଇଥିଲେ।

ସମ୍ବନ୍ଧିତ ଖବର