ଭୁବନେଶ୍ୱର: ବିଶ୍ୱ ବଜାରରେ ତୈଳ ଦର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ, ଦେଶରେ ବାରମ୍ବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପୂର୍ବରୁ ଦେଶବାସୀଙ୍କୁ ‘ଅଛେଦିନ୍’ର ସୁନେଲି ସ୍ପପ୍ନ ଦେଖାଇ ଶାସନ ଗାଦିରେ ଦୀର୍ଘ ସାଢ଼େ ୩ବର୍ଷ ବସିଯିବା ପରେ ଗରିବ ଦେଶବାସୀଙ୍କ ପାଇଁ ନୁହେଁ ବରଂ ନିଜର କିଛି ହାତଗଣତି ବ୍ୟବସାୟୀ ବନ୍ଧୁଙ୍କ ପାଇଁ ‘ଅଛେଦିନ୍’ର ସ୍ୱପ୍ନକୁ ସାକାର କରିବା ପାଇଁ ଲାଗିପଡ଼ିଛନ୍ତି। ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ମଙ୍ଗଳବାର ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି ଲୋକନାଥ ମହାରଥୀ ଏହା କହିଛନ୍ତି।
କଂଗ୍ରେସ ନେତା ଶ୍ରୀ ମହରାଥୀ କହିଛନ୍ତି, ୨୦୧୪ ମଇରୁ ୨୦୧୭ ସେପ୍ଟେମ୍ବର ମଧ୍ୟରେ ଅଶୋଧିତ ତୈଳ ଦର ପାଖାପାଖି ୫୦ ପ୍ରତିଶତ ହ୍ରାସ ପାଇଥିଲେ ମଧ୍ୟ ବିଜେପି ସରକାର ଉକ୍ତ ସମୟ ମଧ୍ୟରେ ୧୧ ଥର କେନ୍ଦ୍ରୀୟ ଉତ୍ପାଦ କରରେ ବୃଦ୍ଧି ଘଟାଇ ତୈଳ କମ୍ପାନିମାନଙ୍କ ନିକଟରେ ନିଜକୁ ବନ୍ଧା ପକାଇ ସାଧାରଣ ଖାଉଟିଙ୍କୁ ଲୁଟିବାରେ ଲାଗିଛନ୍ତି। ତେଣୁ ୨୦୧୪ ମଇ ଠାରୁ ପେଟ୍ରୋଲ ଦର ଶତକଡ଼ା ୧୩୩.୪୬ ପ୍ରତିଶତ ଓ ଡିଜେଲ ଉପରେ ଶତକଡ଼ା ୪୦୦.୮୬ ପ୍ରତିଶତ ଅତିରିକ୍ତ ଉତ୍ପାଦ କର ବୃଦ୍ଧି ଘଟିଛି।
ୟୁପିଏ ସରକାର ସମୟରେ ଯେତେବେଳେ ବିଶ୍ୱ ବଜାରରେ ତୈଳ ଦର ବ୍ୟାରେଲ ପିଛା ୧୨୦ ଡଲାର ଥିଲା, ସେ ସମୟରେ ବିରୋଧୀ ଦଳ ହିସାବରେ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରୁଥିବା ସମୟରେ ଏବେ ଅଶୋଧିତ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରୁଥିବା ସମୟରେ ଏବେ ଅଶୋଧିତ ତୈଳ ଦର ପାଖାପାଖି ୫୦ ଡଲାର ସୀମିତ ଥିବା ସମୟରେ ବାରମ୍ବାର ତୈଳ ଦରରେ ନିୟନ୍ତ୍ରଣ ମୁକ୍ତ କରାଗଲେ ଏହାର ପ୍ରକୃତ ସୁଫଳ ଖାଉଟିମାନଙ୍କ ନିକଟରେ ପହଞ୍ଚି ପାରିବ ବୋଲି ଯୁବ କଂଗ୍ରେସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/f0cc3442-d5ef-4934-9fa4-c277b714c38b.jpg)