କଟକ : ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଛାତ୍ର ରାଜନୀତିରେ ଥିବା ବେଳେ ସେ କଂଗ୍ରେସ ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିଥିଲେ। କିନ୍ତୁ ବର୍ତ୍ତମାନ କଂଗ୍ରେସର ସେ ନୀତି ଆଦର୍ଶ ଆଉ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ହେଉଛି ଦେଶରେ ବର୍ତ୍ତମାନ ପରିସ୍ଥିତିରେ ଏକମାତ୍ର ଦଳ ଯିଏକି ଜାତୀୟ ଏକତା, ସଂହତି ଆଉ ସାମଗ୍ରିକ ବିକାଶ ଆଣିବାରେ ସକ୍ଷମ। ତେଣୁ ବିଜେପିରେ ରହି ସମାଜ ପାଇଁ କିଛି କରିବା ଉଦ୍ଦେଶ୍ୟରେ ସେ ସକ୍ରିୟ ରାଜନୀତିରେ ସାମିଲ ହେବାକୁ ଯାଉଛନ୍ତିି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ବିଜେପିରେ ମିଶିବେ ପୀତାମ୍ବର ଆଚାର୍ଯ୍ୟ
/sambad/media/post_attachments/wp-content/uploads/2017/10/kamala_2-copy-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)