ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନାଗାଲାଣ୍ଡ୍ରେ ୫୪ ବର୍ଷ ଶାସନ ଏବଂ ୧୨ ଥର ବିଧାନସଭା ନିର୍ବାଚନ ପରେ ବି ନାଗାଲାଣ୍ଡରେ ଏଯାବତ୍ କୌଣସି ନାରୀ ସାଂସଦ ହୋଇନାହାନ୍ତି। ରାଜ୍ୟରେ ଆଗାମୀ ୨୭ ତାରିଖରେ ନିର୍ବାଚନ ହେବ ବୋଲି ସୂଚନା ରହିଛି। ତାହାର ଫଳାଫଳ ମାର୍ଚ ୩ ତାରିଖରେ ପ୍ରକାଶ ପାଇବ। ମାତ୍ର ଏଥର ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏଥର ନିର୍ବାଚନରେ ସାମିଲ୍ ହୋଇଛନ୍ତି ମହିଳା। ପ୍ରଥମ ଥର ପାଇଁ ୬୦ ଆସନ ପାଇଁ ଲଢୁଥିବା ୧୯୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୫ ଜଣ ମହିଳା ରହିଥିବା ସୂଚନା ମିଳିଛି।
/sambad/media/post_attachments/wp-content/uploads/2018/02/nagaland-election-ie-300x200.jpg)
ସେମାନଙ୍କ ମଧ୍ୟରୁ ନେସ୍ନାଲ୍ ପିପୁଲ୍ସ ପାର୍ଟି(ଏନ୍ପିପି) ପକ୍ଷରୁ ଜଣେ, ନକସେନ୍ ବିଧାନ ସଭା ନିର୍ବାଚନ କ୍ଷେତ୍ରରୁ ଜଣେ, ଭାରତୀୟ ଜନତା ପାର୍ଟି(ବିଜେପି)ରୁ ଜଣେ, ନେସ୍ନାଲିଷ୍ଟ୍ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି(ଏନ୍ଡିପିପି)ରୁ ଜଣେ, ଶାସକ ଦଳ ନାଗା ପିପୁଲ୍ସ ପ୍ରଣ୍ଟ୍(ଏନ୍ପିଏଫ୍) ପକ୍ଷରୁ ଜଣେ ଲେଖାଏଁ ମହିଳା ଏଥର ନିର୍ବାଚନ ଲଢୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/nagaland_woman.jpeg)