ନିର୍ବାଚନ ପରେ ଖାଲି ରାଜନୈତିକ ନୁହେଁ, ଆର୍ଥିକ ସମସ୍ୟା ଦେଇ ମଧ୍ୟ ଗତି କରୁଛି କଂଗ୍ରେସ: ଦରମା ନପାଇ ଦଳ ଛାଡୁଛନ୍ତି କର୍ମୀ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହେବା ପରେ କଂଗ୍ରେସ ଦଳ କେବଳ ରାଜେନୈତିକ ନୁହେଁ ବରଂ ଆର୍ଥିକ ସଂକଟ ଦେଇ ମଧ୍ୟ ଗତି କରୁଛି।

ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି, ୨୦୧୯ରେ କଂଗ୍ରେସ ତା’ର ପ୍ରତିଦ୍ୱନ୍ଦ୍ୱୀ ଦଳ ବିଜେପିଠାରୁ ପରାଜିତ ହେବା ପରେ ଦଳ ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ହେତୁ ଦଳୀୟ କର୍ମୀମାନଙ୍କୁ ଦରମା ଦେବାରେ ବିଳମ୍ବ ହେଉଛି।

ରିପୋର୍ଟରୁ ଆହୁରି ବି ଜାଣିବାକୁ ମିଳିଛି ଯେ କଂଗ୍ରେସର ମହିଳା ଶାଖା, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଆଦିରୁ ଦଳ ଖର୍ଚ କାଟ କରିବାର ଯୋଜନା କରୁଛି। କଂଗ୍ରେସ ସେବା ଦଳ ୟୁନିଟ୍‌ର ବଜେଟ୍‌ ୨.୫ ଲକ୍ଷରୁ ୨ ଲକ୍ଷକୁ ହ୍ରାସ ପାଇଛି।

କେତେକ ଦଳୀୟ କର୍ମୀ ସେମାନଙ୍କର ଗତ କିଛି ମାସର ଦରମା ଏ ଯାଏ ପାଇନାହାନ୍ତି। ବିଶେଷ କରି ସୋସିଆଲ୍‌ ମିଡିଆ ଟିମ୍‌ଙ୍କୁ ଦରମା ଦେବାରେ ଅବହେଳା କରାଯାଉଥିବା ଜାଣିବାକୁ ମିଳିଛି। ଲୋକସଭା ନିର୍ବାଚନ ପରେ କଂଗ୍ରେସ ସୋସିଆଲ୍‌ ମିଡିଆ ଟିମ୍‌ରୁ ୨୦ ଜଣ ଇସ୍ତଫା ଦେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର