ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ବିଜେପି ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଆଜି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ମଙ୍ଗଳବାର ବିଜାପୁର ନିର୍ବାଚନୀ ସଭାରେ ଉଦ୍୍ବୋଧନ ଦେଇ ସୋନିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ମୋଦି କୌଣସି ନେତାଙ୍କୁ ନିଜ ସମ୍ମୁଖରେ ବରଦାସ୍ତ କରୁନାହାନ୍ତି ଏବଂ ତାଙ୍କ ଭାଷଣରେ ଦେଶବାସୀଙ୍କ ପେଟ ପୂରିବ ନାହିଁ ବୋଲି ସୋନିଆ କହିଛନ୍ତି। ମୋଦିଙ୍କ ମୁଣ୍ଡରେ ‘କଂଗ୍ରେସ ମୁକ୍ତ ଭାରତ’ର ଭୂତ ପଶିଛି ବୋଲି ସେ କହିଛନ୍ତି। ସିଦ୍ଦରାମେୟା ସରକାର ଲୋକଙ୍କ ଆଶାନୁରୂପ ବିକାଶ କରିଥିବାରୁ ଏଠାରେ କଂଗ୍ରେସ ପ୍ରତି ସମର୍ଥନ ଅତୁଟ ରହିଛି, କିନ୍ତୁ ପ୍ରଧାନମନ୍ତ୍ରୀ ଅଭିନେତାଙ୍କ ଭଳି ଭାଷଣ ଦେଇ ଗୋଟିଏ ପରେ ଗୋଟିଏ ମିଥ୍ୟା କହି ଚାଲିଛନ୍ତି ବୋଲି ସୋନିଆ କହିଛନ୍ତି। କଂଗ୍ରେସ ଦେଶବ୍ୟାପୀ ଲୋକଙ୍କୁ କର୍ମନିଯୁକ୍ତି ଦେବାପାଇଁ ମନରେଗା ଯୋଜନା ଲାଗୁ କରିଥିବା ବେଳେ ଏହାକୁ ବିଜେପି ଏବଂ ମୋଦି ଜୋର୍୍ଦାର ବିରୋଧ କରିଥିଲେ ବୋଲି ସୋନିଆ କହିଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ବିନା ସହାୟତାରେ କୃଷକଙ୍କ ଋଣ ଛାଡ଼ କରିଥିଲେ। କୃଷକଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ସର୍ବଦା ଚିନ୍ତିତ ଥିବା ବେଳେ ବିଜେପି କେବଳ ପ୍ରତାରଣା କରିଛି ବୋଲି ସୋନିଆ କହିଛନ୍ତି।
ଦୁଇ ବର୍ଷ ପରେ ସୋନିଆଙ୍କ ପ୍ରଥମ ନିର୍ବାଚନୀ ସଭା:ଭାଷଣରେ ପେଟ ପୂରିବ ନାହିଁ
/sambad/media/post_attachments/wp-content/uploads/2018/05/sonia_1525771398_618x347.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)