ତାମିଲନାଡୁ ଓ ପୁଡୁଚେରୀରେ ଏଆଇଡିଏମକେ ସହ ମେଣ୍ଟ କଲା ବିଜେପି 

ଚେନ୍ନାଇ : ମହାରାଷ୍ଟ୍ରରେ ଶିବସେନା ସହିତ ମେଣ୍ଟ କରିବା  ପରେ ତାମିଲନାଡୁ ଓ ପୁଡୁଚେରୀରେ ବିଜେପି ଏଆଇଡିଏମକେ ଓ ପିଏମକେ ସହିତ ମେଣ୍ଟ କରିଛି ବିଜେପି ।  ଆଜି ଚେନ୍ନାଇରେ ଏ ନେଇ ଦୁଇ ଦଳର ବୈଠକ ପରେ ଏହି ନିଷ୍ପତ୍ତି ସଂପର୍କରେ ଘୋଷଣା କରାଯାଇଛି । ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ତାମିଲନାଡୁରେ ମୋଟ ୩୯ଟି ସିଟ ମଧ୍ୟରୁ ବିଜେପି ୫ଟି ସିଟରେ ଲଢିବ । ଅବଶିଷ୍ଟ ସିଟରେ ଏଆଇଡିଏମକେ ଓ ପିଏମକେ ଲଢିବେ ।

 

ସେହିପରି ପୁଡୁଚେରୀର ୧ଟି ଲୋକସଭା ଆସନ ପାଇଁ ମଧ୍ୟ ବୁଝାମଣା ହୋଇଛି । ଏହି ଆସନକୁ  ଏଆଇଡିଏମକେ ଓ ପିଏମକେ ମେଣ୍ଟକୁ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏଆଇଡିଏମକେ ଓ ପିଏମକେକୁ ସମର୍ଥନ କରିବ । ରାଜ୍ୟରେ ଏନଡିଏ ମୁଖ୍ୟମନ୍ତ୍ରୀ ଇ.ପାଲାନିସ୍ୱାମୀ ଓ ଉପମୁଖ୍ୟମନ୍ତ୍ରୀ ଓ.ପନିରସେଲଭମ ଓ କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱରେ ଲଢିବ ବୋଲି ଏହି ମେଣ୍ଟ ସଂପର୍କରେ ଘୋଷଣା କରି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ।

ସମ୍ବନ୍ଧିତ ଖବର