ଏଆଇସିସି ଦ୍ୱାରା ରାଜ୍ୟର ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ: ଅଖିଳ ଭାରତୀୟ କଂଗ୍ରେସ କମିଟି ଶନିବାର ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ସଭାପତି ଓ କାର୍ଯ୍ୟକାରୀ ସଭାପତି ପଦ ଘୋଷଣା କରିଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜ୍ୟର ସମସ୍ତ ଜିଲ୍ଲାରେ ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଏଆଇସିସି ଅଧ୍ୟକ୍ଷ ରାହୁଲ ବରଗଡ଼ ଜିଲ୍ଲା ପାଇଁ ସତ୍ୟ ଭୂଷଣ ସାହୁଙ୍କୁ ସଭାପତି ପଦରେ ନିଯୁକ୍ତ କରିଥିବା ବେଳେ ଯୁଗଲ କିଶୋର ସିଂହ ଓ ବଜୟ କୁମାର ସ୍ୱାହିଙ୍କୁ କାର୍ଯ୍ୟକାରୀ ସଭାପତି ପଦରେ ନିଯୁକ୍ତ କରିଛନ୍ତି। ୧୧ଟି ଜିଲ୍ଲାରେ ସଭାପତିଙ୍କ ବଦଳି ହୋଇ ନଥିବା ବେଳେ ୨୨ଟି ଜିଲ୍ଲାରେ ପରିବର୍ତ୍ତନ କରାଯାଇଛି।

ସଭାପତି ପଦରେ ଦେବଗଡ଼ରେ ଉମାକାନ୍ତ ସାହୁ, କଟକ ସହରରେ ମହମ୍ମଦ ମୋକିମ, ନବରଙ୍ଗପୁରରେ ମନୋରଞ୍ଜନ ତ୍ରିପାଠୀ, ବୌଦ୍ଧରେ ସୁଧୀର ମହାକୁଡ, ନୂଆପଡ଼ାରେ ଘାସିରାମ ମାଝୀ ଓ ରାୟଗଡ଼ାରେ ଦୁର୍ଗାପ୍ରସାଦ ପଣ୍ଡାଙ୍କୁ ନିଯୁକ୍ତି କରାଯାଇଛି।

ଅନୁଗୁଲ ଜିଲ୍ଲାରେ ବିପ୍ଲବ ଜେନାଙ୍କୁ ସଭାପତି ପଦରେ ନିଯୁକ୍ତ କରାଯାଇଥିବା ବେଳେ ଅମ୍ବିକା ଭଟ୍ଟ ଓ ସୁରେଶ ବେହେରାଙ୍କୁ କାର୍ଯ୍ୟକାରୀ ସଭାପତି, ଢେଙ୍କାନାଳ ଜିଲ୍ଲାରେ ସୁରେଶ ପାଣିଗ୍ରାହୀଙ୍କୁ ସଭାପତି ପଦରେ ନିଯୁକ୍ତ କରାଯାଇଥିବା ବେଳେ ସରୋଜ ପଟ୍ଟନାୟକ ଓ ପ୍ରବଳ କାନ୍ତ ସାହୁଙ୍କୁ କାର୍ଯ୍ୟକାରୀ ସଭାପତି ପଦରେ ନିଯୁକ୍ତି ମିଳିଛି। ସେହିଭଳି ବଲାଙ୍ଗୀର ଜିଲ୍ଲା ପାଇଁ ଦିଲୀପ କୁମାର ବେହେରାଙ୍କୁ ସଭାପତି ଓ ଡମ୍ବରୁଧର ଛତ୍ରିଆଙ୍କୁ କାର୍ଯ୍ୟକାରୀ ସଭାପତି ପଦରେ ନିଯୁକ୍ତି ଦିଆଯାଇଛି। ସୁବର୍ଣ୍ଣପୁରରେ ଶଙ୍କର ଦାସଙ୍କୁ ସଭାପତି ଓ ସୁବ୍ରତ କୁମାର ସେଠୀ ଓ ତ୍ରିପୁରାରୀ ସେଠୀଙ୍କୁ କାର୍ଯ୍ୟକାରୀ ସଭାପତି ପଦରେ ନିଯୁକ୍ତ ଦିଆଯାଇଛି। ବେଣୁମାଧବ ତ୍ରିପାଠୀଙ୍କୁ ସଭାପତି ପଦରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ କାମ କରିବେ। ଏହି ଜିଲ୍ଲାରେ ଡ. ରାଜେନ୍ଦ୍ର ଏକ୍କା, ଅଜୟ କୁମାର ବହିଦାର ଓ ସୁନୀତା ବିଶ୍ୱାଲ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଇବେ।

ମୟୁରଭଞ୍ଜ ଜିଲ୍ଲାରେ ପ୍ରଫୁଲ୍ଲ ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଲକ୍ଷ୍ମଣ ମାଝୀ ଓ ଭୁବନ ସାହୁଙ୍କୁ କାର୍ଯ୍ୟକାରୀ ସଭାପତି ପଦ ମିଳିଥିବା ବେଳେ ହେମନ୍ତ ଦାସଙ୍କୁ ସଭାପତି ପଦରେ ନିଯୁକ୍ତ କରାଯାଇଛି। ସମ୍ବଲପୁରରେ ଅଶ୍ୱିନୀ କୁମାର ଗୁରୁ ସଭାପତି ଓ ଦେବେନ ପତି କାର୍ଯ୍ୟକାରୀ ସଭାପତି ହୋଇଛନ୍ତି।

ଜିଲ୍ଲା: ସଭାପତି, କାର୍ଯ୍ୟକାରୀ ସଭାପତି

ବାଲେଶ୍ୱର: ଶରତ ରାଜ, ତପନ ଦାସ, ସଞ୍ଜିବ ଗିରି, ମାନସ ଦାସ ପଟ୍ଟନାୟକ
ଯାଜପୁର: ମନୋଜ ରାଉତ, ବିଷ୍ଣୁଚନ୍ଦ୍ର ରାଉତ,ବଳଭଦ୍ର ଦାସ
ଭଦ୍ରକ: ଅଶୋକ ଦାସ, ନଳୀନିକାନ୍ତ ମହାନ୍ତି
କେନ୍ଦ୍ରାପଡ଼ା: ଚିନ୍ମୟ ପ୍ରସାଦ ବେହୁରା, ଆକବର ଅଲୀ, ପ୍ରଫୁଲ୍ଲ ଦାସ,ମାନସ ମଲ୍ଲିକ
ଝାରସୁଗୁଡ଼ା: ଗିରିଶ ରଞ୍ଜନ ପଣ୍ଡା, ବିଶାଲ କୁମାର ଦାସ
ଖୋର୍ଦ୍ଧା: ସୁରେଶ କୁମାର ରାଉତରାୟ, ରାମଚନ୍ଦ୍ର ମହାପାତ୍ର, ଯୋଗୀନାଥ ବାହୁବଳେନ୍ଦ୍ର, ସ୍ୱାଗତିକା ପଟନାୟକ
ଭୁବନେଶ୍ୱର: ମାନସ ଚୌଧୁରୀ, ରଶ୍ମୀ ମହାପାତ୍ର
କଟକ: ଗୁରୁ ପଦ ନନ୍ଦ, ବିଶ୍ୱଜୀତ ଦାସ, ପୁଷ୍ପା ସାମଲ
ମାଲକାନଗିରି: ଗୋବିନ୍ଦ ଚନ୍ଦ୍ର ପାତ୍ର, ଆଇନଜୀବୀ ରାମ ପଟନାୟକ
କେନ୍ଦୁଝର: ମୋହନ କୁମାର ପରିଡା, ବିପ୍ଲବ କୁମାର ମିଶ୍ର, ନିହାର ରଞ୍ଜନ ଜେନା, ରତିକାନ୍ତ ବରାଳ
ନୟାଗଡ଼: ରଞ୍ଜିତ ଦାସ, ହୁସେନ ଖାଁ, ମନୋଜ କୁମାର ସାହୁ, କମଲ ଚନ୍ଦ୍ର ସାହୁ
ପୁରୀ: ସତ୍ୟବ୍ରତ ପାତ୍ର, ଅଜିତ ମଙ୍ଗରାଜ, ପୂର୍ଣ୍ଣଚନ୍ଦ୍ର ନାଏକ
କଳାହାଣ୍ଡି: ଭାରତ ଭୂଷଣ ବେମାଳ, ପର୍ଶୁରାମ ପାଢ଼ୀ
ଗଜପତି: ବିଭୂତି ପାତ୍ର, ଜି. ତିରୁପତି ଆଚାର୍ଯ୍ୟ
କନ୍ଧମାଳ: ବରୁଣ ଭୋଇ, ସୀମାଞ୍ଚଳ ଆଚାର୍ଯ୍ୟ ଆଇନଜୀବୀ ସନ୍ତୋଷ ପଟନାୟକ
କୋରାପୁଟ: ମିନାକ୍ଷୀ ବାହିନୀପତି, ରୂପକ ତୁରୁକ
ଜଗତସିଂହପୁର: ନଟବର ବାରିକ, ଚରଣ ରାଉତ, ଶିବ ପ୍ରସାଦ ଦାସ
ଗଞ୍ଜାମ: ଡ.ତ୍ରିନାଥ ବେହେରା, ଆଇନଜୀବୀ ଦୀପକ ପଟନାୟକ,ପୀତବାସ ପଣ୍ଡା,ଶକ ସଜିଜ, ପ୍ରମୋଜ ଜେନା

ସମ୍ବନ୍ଧିତ ଖବର