ନୂଆଦିଲ୍ଲୀ: ଗୁରୁବାର ଦିନ ସର୍ବସମ୍ମତିକ୍ରମେ ପାଞ୍ଚ ବର୍ଷ ନିମନ୍ତେ ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ଭାବେ ପୁନର୍ନିର୍ବାଚିତ ହୋଇଛନ୍ତି।
ଅକ୍ଟୋବର ୫ ତାରିଖ ଦିନ ଆଗ୍ରାଠାରେ ସମାଜବାଦୀ ପାର୍ଟିର ଜାତୀୟ ଅଧିବେଶନରେ ଦଳର ଜାତୀୟ ସାଧାରଣ ସମ୍ପାଦକ ରାମ ଗୋପାଳ ଯାଦବ ପ୍ରସ୍ତାବ ଦେବା ପରେ ଅଖିଳେଶଙ୍କୁ ଦଳର ମୁଖ୍ୟ ରୂପେ ପୁନର୍ନିର୍ବାଚିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ସେ ଯାହାହେଉ, ଦଳର ବୟୋଜ୍ୟେଷ୍ଠ ନେତା ମୁଲାୟମ ସିଂହ ଯାଦବ ଏବଂ ତାଙ୍କ ଭାଇ ଶିବ ପାଲ ଯାଦବଙ୍କ ଅନୁପସ୍ଥିତି ପରିସ୍ଥିତିକୁ ସନ୍ଦେହ ଘେରକୁ ଟାଣି ନେଇଛି।
ଅଧିବେଶନରେ ଅଖିଳେଶଙ୍କ ପତ୍ନୀ ସାସଂଦ ଡିମ୍ପଲ୍ ଯାଦବ ଉପସ୍ଥିତ ଥିଲେ।
ଆଜିର ଅଧିବେଶନରେ ରାଜନୈତିକ ଇସ୍ତାହାର ମଧ୍ୟ ପ୍ରକାଶ କରିବାକୁ ଧାର୍ଯ୍ୟ କରାଯାଇଛି।
ଏବେ ସମାଜବାଦୀ ପାର୍ଟି ଅଖିଳେଶଙ୍କ ନେତୃତ୍ୱରେ ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବ।
୨୫ ବର୍ଷ ତଳୁ ଦଳ ଗଢ଼ିଥିବା ନିଜର ବାପା ମୁଲାୟମ୍ ଏବଂ ଦାଦି ଶିବପାଲ୍ଙ୍କୁ ୪୪ ବର୍ଷିୟ ମୁଖ୍ୟମନ୍ତ୍ରୀ ଦୃଢ଼ ଭାବେ ଆଡ଼େଇ ଦେଇଛନ୍ତି।
ଜାନୁଆରି ପହିଲାରେ ଅନୁଷ୍ଠିତ ସମାଜବାଦୀ ପାର୍ଟିର ଜାତୀୟ ଅଧିବେଶନରେ ଅଖିଳେଶ ନିଜର ପିତାଙ୍କୁ ଦଳର ମୁଖ୍ୟ ପଦବୀରୁ ହଟାଇ ଦେଇଥିଲେ। ଅଳ୍ପ କିଛି ସପ୍ତାହ ପରେ, ଜାନୁଆରି ୧୬ ତାରିଖ ଦିନ ତାଙ୍କ ଗୋଷ୍ଠୀକୁ ନିର୍ବାଚନ କମିସନ୍ ବାଇସାଇକେଲ୍ ଚିହ୍ନ ପ୍ରଦାନ କରିଥିଲା।