ବିଜେପିର ହିସାବ ଜନତା କରିବେ: ଅଖିଳେଶ ଯାଦବ

ଲକ୍ଷ୍ନୌ: ଭାରତୀୟ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବା ପୂର୍ବରୁ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ରବିବାର ଅପରାହ୍ଣରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସମ୍ବୋଧିତ କରିଛନ୍ତି। ଅଖିଳେଶ କହିଛନ୍ତି, ସନ୍ଧ୍ୟାରେ ହେବାକୁ ଥିବା ନିର୍ବାଚନ ଆଚରଣ ବିଧି ନେଇ କହିଛନ୍ତି, ଜନତା ନିର୍ବାଚନ ତାରିଖକୁ ଅପେକ୍ଷା କରିଛନ୍ତି। ଦେଶରେ ପରବର୍ତ୍ତନର ଆବଶ୍ୟକତା ଅଛି। କାରଣ ଜନତା ବହୁତ ମନଦୁଃଖରେ ଅଛନ୍ତି ଏବଂ ସେମାନେ ପରିବର୍ତ୍ତନ ଖୋଜୁଛନ୍ତି।

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ବିଜେପିର ହିସାବ ଦେଶର ସାଧାରଣ ଜନତା କରିବେ। ବିଗତ ୫ ବର୍ଷରେ ଯୁବକଙ୍କୁ ଚାକିରୀ ମିଳିନାହିଁ। ଚାଷୀଙ୍କର ରୋଜଗାର ବଢ଼ି ନାହିଁ। ବର୍ଷ ୨୦୧୪ରେ କୁହାଯାଇଥିଲା ଯେ, ବିଦେଶରୁ ସବୁ କଳାଧନ ଫେରାଇ ଆଣିବୁ କିନ୍ତୁ ବିମୁଦ୍ରାକରଣ କରି ଲୋକଙ୍କ ଠାରୁ ସରକାର ଟଙ୍କା ନେଇଗଲେ। ସମାଜବାଦୀ ଅଧ୍ୟକ୍ଷ କହିଛନ୍ତି, ମୋଦି ସରକାର ସେନାକୁ ନେଇ ରାଜନୀତି କରୁଛି।

ବିଜେପିର ‘ମୋଦି ହେ ତୋ ମୁମକିନ୍‌ ହେ’ ସ୍ଲୋଗାନକୁ ଟାର୍ଗେଟ କରି ଅଖିଳେଶ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ତାଙ୍କର ପାର୍ଟି ପ୍ରଚାର କରିବାକୁ ଉର୍ଦ୍ଦୁର ସାହାରା ନେଇଛନ୍ତି। ସମାଜବାଦୀ ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ, ବିଜେପିର ଲୋକେ କୌଣସି ସୀମାକୁ ଯାଇପାରିବେ।

ସମ୍ବନ୍ଧିତ ଖବର