କଂଗ୍ରେସର ସବୁ ବିଧାୟକଙ୍କୁ ୨୦୧୯ ପାଇଁ ଟିକେଟ ମିଳିବ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଆଗୁଆ ପ୍ରାର୍ଥୀ ଚୟନ କରି ୨୦୧୯ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ପାଇଁ କଂଗ୍ରେସ ଯେଉଁ ଘୋଷଣା କରିଥିଲା, ସେ ଦିଗରେ ଆଜି ପ୍ରଦେଶ କଂଗ୍ରେସ କମିଟି ଗୋଠିଏ ପାଦ ଆଗକୁ ବଢ଼ିିଛି। କାହାକୁ ଟିକେଟ ଦିଆଯିବ, କାହାକୁ ଦିଆଯିବ ନାହିଁ ସେ ନେଇ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରାଯାଉଥିବା ବେଳେ ଆଜି ରାଜ୍ୟ କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ପିଇସି ବୈଠକରେ ବର୍ତ୍ତମାନ ବିଧାୟକ ଥିବା ସମସ୍ତ ବିଧାୟକଙ୍କୁ ଆଗାମୀ ୨୦୧୯ରେ ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକେଟ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।

ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପିଇସି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ନେଇ ବିସ୍ତତ ଆଲୋଚନା ହୋଇଛି। ବୈଠକ ଶେଷ ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ;ଯ ଆଗାମୀ ୨୦୧୯ ବିଧାନସଭା ନିର୍ବାଚନରେ ବର୍ତ୍ତମାନ ବିଧାୟକ ଥିବା ରାଜ୍ୟର ସମସ୍ତ ବିଧାୟକ ନିର୍ବାଚନ ଲଢ଼ିବେ। ସେହିପରି ଗତ ୨୦୧୪ ନିର୍ବାଚନରେ ଯେଉଁ କଂଗ୍ରେସ ପ୍ରାର୍ଥୀମାନେ ସେମାନଙ୍କ ଅମାନତ ଜମା ରାହଶି ହରାଇଥିଲେ ସେମାନଙ୍କୁ ୨୦୧୯ରେ ପ୍ରାର୍ଥୀ କରାଯିବ ନାହିଁ। ସେହିପରି ମହିଳା ଓ ଯୁବ ବର୍ଗଙ୍କୁ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ଅଧିକ ଗୁରୁତ୍ୱ ଦେବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର