ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ଥିବା ବେଳେ ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନୀ ଅଧିକାରୀ ଭେଟିଛନ୍ତି। ନୂଆପଡ଼ା ଉପନିର୍ବାଚନରେ ବିଜେପି ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଛି ବୋଲି ବିଜେଡି ଅଭିଯୋଗ ଆଣିଛି। ବିଜେଡି କହିଛି, ରାଜନୈତିକ ପ୍ରଚାର ପାଇଁ ସରକାରୀ କଳକୁ ବ୍ୟବହାର କରିଛି।
ବିଜେପି ରାଜନୈତିକ ପ୍ରଚାର କରୁଛି: ବିଜେଡି
ବିଜେଡି ମୁଖପାତ୍ର ମିହିର ରାୟ କହିଛନ୍ତି, ସରକାରୀ ହୋଡ଼ିଂ ରେ ବିଜେପି ନିଜର ରାଜନୈତିକ ପ୍ରଚାର କରୁଛି। ବ୍ୟାନରରେ ବିଜେପିର ଚିହ୍ନ ସହ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଛି। ସେଥିରେ ଜୟ ଢୋଲକିଆଙ୍କ ଫଟୋ ମଧ୍ୟ ଲାଗିଛି। ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ। ଏହାସହ ନୂଆପଡାରେ ଏବେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ସୁଭଦ୍ରା ଯୋଜନାକୁ ନେଇ ବୈଠକ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହା ବିରୁଦ୍ଧରେ ସମସ୍ତ ତଥ୍ୟ ଓ ଫୋଟ ସବୁକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛି ବିଜେଡି। ବିଜେପି ବିରୁଦ୍ଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛୁ।
ଆହୁରି ପଢ଼ନ୍ତୁ: Cabinet Approves: ରାଜ୍ୟ କ୍ୟାବିନେଟ୍ରେ ୪ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା କଂଗ୍ରେସ
କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ନୂଆପଡ଼ା ଉପନିର୍ବାଚନ ସମୟରେ ସରକାରୀ ଦଳର ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଆଭିଯୋଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛୁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଦଳୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଗସ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ପ୍ରସାରଣ କରିବା ପାଇଁ ତାଙ୍କ ସରକାରୀ ସୂଚନା ଅଧିକାରୀ ତନୁଜା ମହାନ୍ତି ଆଇ ଆଣ୍ଡ ପିଆରର ହ୍ବାଟ୍ସଆପ୍ ଗ୍ରୁପରେ ସେୟାର କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବାବେଳେ ସରକାରୀ ଅଧିକାରୀ କିଭଳି ଏହାକୁ ପ୍ରସାରଣ କରିବା ପାଇଁ କହୁଛନ୍ତି। ଏହା ସମ୍ପୂର୍ଣ୍ଣ ରୂପେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି।
ଆହୁରି ପଢ଼ନ୍ତୁ: Docter Death Case: କନେଷ୍ଟବଳଙ୍କ ପ୍ରେମରେ ଥିଲେ ମୃତ ଡାକ୍ତର, ବିବାହ ପାଇଁ ଦେଇଥିଲେ ପ୍ରସ୍ତାବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/25/election-2025-10-25-20-26-06.jpg)