ପାଟନା: ବିହାରରେ ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା ଆସନ ପାଇଁ ନିର୍ବାଚନ ପ୍ରଚାର ଆଜି ଶେଷ ହୋଇଯିବ। ବିହାରରେ ନେତାମାନଙ୍କର ଗୋଟିଏ ପରେ ଗୋଟିଏ ବଡବଡ ରାଲି, ଜନସଭା ଓ ରୋଡ ସୋ ଚାଲିଥିବା ବେଳେ ଅନ୍ୟ ଦିଗରେ ଗ୍ଲାମର ଦୁନିଆର ଷ୍ଟାରମାନେ ମଧ୍ୟ ପ୍ରଚାରକୁ ଓହ୍ଲାଇଛନ୍ତି ।
‘କହୋ ନା ପ୍ୟାର୍ ହୈ’ ଚଳଚ୍ଚିତ୍ରରେ ନଜର ଆସିଥିବା ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ ଔରଙ୍ଗାବାଦର ଓବୋରା-ଦାଉଦନଗରରେ ରୋଡ୍ ସୋ କରିଛନ୍ତି । ବିଧାନସଭାରେ ଲୋକ ଜନଶକ୍ତି ପାର୍ଟି ବା ଏଲଜେପି ପ୍ରାର୍ଥୀଙ୍କ ପାଇଁ ଅମିଷା ପ୍ରଚାର କରିଛନ୍ତି ।
/sambad/media/post_attachments/a9a503c96a095ffb815875700ec8a36f5d3df1f886d2c6c741ae8b596005054e.jpg)
ଔରଙ୍ଗାବାଦର ଔବୋରା ବିଧାନସଭାରେ ଏଲଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ପ୍ରକାଶ ଚନ୍ଦ୍ରା । ଅଭିନେତ୍ରୀ ଅମିଷା ସୋମବାର ସକାଳେ ବିମାନ ଯୋଗେ ପାଟନାରେ ପହଁଚିଥିଲେ । ବିମାନ ବନ୍ଦରରେ ମଧ୍ୟ ଏଲଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଔରଙ୍ଗାବାଦ ଓ ଅରବଲର ସୀମାରେ ମଧ୍ୟ ଅମିଷା ପ୍ରଚାର କରିଥିଲେ ।
ଅମିଷା ସେଠାରୁ ଖୋଲା ଗାଡିରେ ବସି ପ୍ରଚାର କରିଥିଲେ । ଏହାସହ ଏଲଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲୋକଙ୍କୁ ଅପିଲ କରିଥିଲେ । ଅମିଷାଙ୍କର ଗୋଟିଏ ଝଲକ ପାଇବା ପାଇଁ ଲୋକମାନେ ମଧ୍ୟ ଗହଳି ଜମାଇଥିଲେ। କିଛି ମହିଳା ଅମିଷାଙ୍କୁ ଫୁଲମାଳ ପିନ୍ଧାଇ ସ୍ବାଗତ କରିବା ସହିତ ସିଧାସଳଖ ତାଙ୍କୁ ଦେଖିବାର ସୁଯୋଗ ପାଇଥିବାରୁ ଖୁସି ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Untitled-1-copy-42.jpg)