ପୁରୀ: ଭାରତୀୟ ଜନତା ପାର୍ଟି ଜନଜାତି ସଂପ୍ରଦାୟର ବିକାଶ ଚାହୁଁଛି। ବିଜେପି ଏକ ମାତ୍ର ଜାତୀୟ ରାଜନୈତିକ ଦଳ, ଯିଏକି ଜନଜାତି ସଂପ୍ରଦାୟର ବିକାଶ କଥା ଚିନ୍ତା କରିଥାଏ। ସଂସଦରେ ଏବେ ମୋଟ ୩୨ ଜଣ ଜଣ ଜନଜାତି ସାଂସଦ ଅଛନ୍ତି ବୋଲି ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି। ମହାପ୍ରଭୁ ଜଗନ୍ନାଥ ଗରିବଙ୍କ ଦେବତା ଅଟନ୍ତି।

Advertisment

କଂଗ୍ରେସ ଏବଂ ବିଜେଡିକୁ ଟାର୍ଗେଟ କରିଛନ୍ତି ଶାହ। ଶାହ କହିଛନ୍ତି, ଓଡ଼ିଶାର ଦାୟିତ୍ୱ ବିଜେପି ଦିଆଯାଉ, ଆମେ ଦେଶର ବିକାଶଶୀଳ ରାଜ୍ୟରେ ପରିଣତ କରି ଦେଖାଇବୁ। ବରିଷ୍ଠ ବିଜେପି ନେତା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମନେ ପକାଇଛନ୍ତି। ଓଡ଼ିଶା ଠାରୁ ଗୁଜୁରାଟ ପର୍ଯ୍ୟନ୍ତ ଚାରିଆଡେ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦରେ ଚାଲିଛି ବୋଲି ଶାହ କହିଛନ୍ତି। ଆଦିବାସୀ ଅଧିକାର ସମାବେଶକୁ ସମ୍ବୋଧନ କରି ଶାହ କହିଛନ୍ତି, ଆଗାମୀ ପାଂଚ ବର୍ଷରେ ଦେଶର ଶାସନ କାହା ପାଖରେ ରହିବା ଦରକାର ଦେଶର କୋଟି କୋଟି ଜନତା ନିର୍ଣ୍ଣୟ କରିବେ।

publive-image

ପୁରୀର ତାଳବଣିଆ ଠାରେ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧିବେଶନରେ ଅମିତ ଶାହ କହିଛନ୍ତି, ମୋଦି ସରକାର ଚଳିତ ବଜେଟରେ ଜନଜାତି କଲ୍ୟାଣ ପାଇଁ ୫୦ ହଜାର କୋଟି ଟଙ୍କା ବଜେଟ ରଖିଛନ୍ତି, ଯାହାକି କଂଗ୍ରେସ ସରକାରଙ୍କ ତୁଳନାରେ ଅନେକ ଗୁଣ ଅଧିକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନଜାତି ସଂପ୍ରଦାୟର ବିକାଶ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି।

ରାଷ୍ଟ୍ରୀୟ ଅଧିବେଶନରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ ଓରାମ, ବରିଷ୍ଠ ବିଜେପି ନେତା ରାମବିଚାର ନେତାମ ଆଦି ଉପସ୍ଥିତ ଅଛନ୍ତି।