ଏପ୍ରିଲ୍‌ରେ ଆସିବେ ଅମିତ ଶାହ: ଲକ୍ଷ୍ୟ ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପରେ ବିଜେପି ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ୍‌ କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପଶ୍ଚିମ ଓଡ଼ିଶାରୁ ହିଁ ଦଳର ସଂଗଠନକୁ ମଜବୁତ୍‌ କରିବାକୁ ବାର୍ତ୍ତା ଦେବେ। ଏଥି ପାଇଁ ଶ୍ରୀ ଶାହ ଆସନ୍ତା ଏପ୍ରିଲ୍‌ ମାସରେ ଓଡ଼ିଶା ଆସିବେ। ବଲାଙ୍ଗୀର ଓ ଭବାନୀପାଟଣାରେ ଦଳ ପକ୍ଷରୁ ହେବାକୁ ଥିବା ଯୁବ ସମାବେଶରେ ଉଦ୍‌ବୋଧନ ଦେବେ। ଏହି ଦୁଇଟି ସମାବେଶରୁ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳ ବିଧିବଦ୍ଧ ପ୍ରସ୍ତୁତି ଆରମ୍ଭ କରିବ। ଅମିତ ଶାହଙ୍କ ଏହି ଗସ୍ତ ନେଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ନିର୍ଦ୍ଦିଷ୍ଟ ଭାବେ ଗସ୍ତର ତାରିଖ ଚୂଡ଼ାନ୍ତ ହୋଇ ନାହିଁ।

ସମ୍ବନ୍ଧିତ ଖବର