ଭୁବନେଶ୍ବର : ସାଧାରଣ ନିର୍ବାଚନ ଆଉ କମ୍ ସମୟ ଥିଲା ବିଜେପି ଓଡ଼ିଶାକୁ ଫୋକସ୍ କରି ରାଜନୈତିକ କାର୍ଯ୍ୟକ୍ରମ ଜୋର୍‌ଦାର୍ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ଓ ୧୬ ତାରିଖରେ ଓଡ଼ିଶା ଗସ୍ତ କଲା ପରେ ୧୮ ତାରିଖରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସିବେ। ଏହି ଗସ୍ତ ସମୟରେ ସେ ବିଭିନ୍ନ ଶକ୍ତି କେନ୍ଦ୍ରଗୁଡ଼ିକରେ ଯୋଗ ଦେବା ସହ ବୁଥ୍‌ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ଆ‌େଲାଚନା କରିବେ।

Advertisment

ଏ ସମ୍ପର୍କରେ ସୂଚନା ଦେଇ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି, ରାଜ୍ୟ ବିଜେପି ମିସନ୍ ୧୨୦+ ଲକ୍ଷ୍ୟରେ ଆଗେଇ ଚାଲିଛି। ପୂର୍ବ ଭାରତର ବିକାଶ ତଥା ନୂଆ ଓଡ଼ିଶା ଗଠନ ପାଇଁ ଦଳ ପ୍ରାଧାନ୍ୟ ‌େଦଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୪ ବର୍ଷ ମଧ୍ୟରେ ରାଜ୍ୟର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି, ଯାହା କି ଓଡ଼ିଶାକୁ କେବେ କୌଣସି କେନ୍ଦ୍ର ସରକାର ‌େଦଇ ନ ଥିଲେ। କିନ୍ତୁ ଏଠାରେ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟ ସରକାରର ଶାସନରେ ଲୋକ ଅତିଷ୍ଠ ହୋଇଗ‌େଲଣି। ରାଜ୍ୟରେ ପିସି କାରବାର, ନିଯୁକ୍ତି ସୃଷ୍ଟି ନ ହେବା, କେନ୍ଦ୍ର ଯୋଜନାକୁ ଲାଗୁ ନ କରିବା ଆଦି ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦେଇପାରିଲେ ନାହିଁ।