ରମଜାନ୍ ପରେ ଜମ୍ମୁ ବିଧାନସଭା ନିର୍ବାଚନ!

ଶ୍ରୀନଗର : ପବିତ୍ର ରମଜାନ୍‌ ମାସ ପରେ ଏବଂ ବାର୍ଷିକ ଅମରନାଥ ଯାତ୍ରା ଆରମ୍ଭ ପୂର୍ବରୁ ଜୁନ୍‌ ୫ରୁ ୩୦ ମଧ୍ୟରେ ୬ରୁ ୮ଟି ପର୍ଯ୍ୟାୟରେ ଜମ୍ମୁ କଶ୍ମୀର ବିଧାନସଭା ପାଇଂ ନିର୍ବାଚନ ହୋଇପାରେ ବୋଲି ଏକ ବଳିଷ୍ଠ ସୁତ୍ରରୁ ଜଣାପଡ଼ିଛି। ଜୁଲାଇ ୧ରେ ଚଳିତ ବର୍ଷର ଅମରନାଥ ଯାତ୍ରା ଆରମ୍ଭ ପୂର୍ବରୁ ଜମ୍ମୁ କଶ୍ମୀରରେ କଡ଼ା ସୁରକ୍ଷା ବଳୟରେ ନିର୍ବାଚନ ହେବ। ଗତକାଲି ବିଭିନ୍ନ ରାଜ‌ନୈତିକ ଦଳର ପ୍ରତିନିଧିମାନେ ନିର୍ବାଚନ କମିସନଙ୍କ ଦ୍ବାରା ନିଯୁକ୍ତ ଏକ ୩ ଜଣିଆ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦଳଙ୍କୁ ଭେଟିଥି‌ଲେ। ଜମ୍ମୁ କଶ୍ମୀରବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକାଠି ହେବା ପାଇଁ ସେମାନେ ଦାବି କରିଥିଲେ। ନୁର ମହମ୍ମଦ, ବିନୋଦ ଜୁତ୍‌ଶୀ ଏବଂ ଏଏସ୍‌ ଗିଲ୍‌ଙ୍କୁ ନେଇ ଗଠିତ ଏହି ପର୍ଯ୍ୟ‌ବେକ୍ଷକ ଦଳ ୨ ଦିନିଆ ଜମ୍ମୁ କଶ୍ମୀର ଗସ୍ତ ସାରି ଇସିଙ୍କୁ ରିପୋର୍ଟ କରିଛିନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁନ୍‌ ୧୯ରେ ବିଜେପି ସମର୍ଥନ ପ୍ରତ୍ୟାହାର କରିନେ ବାପରେ ଜମ୍ମୁ କଶ୍ମୀରରେ ମେହବୁବା ମୁଫତିଙ୍କ ପିଡିପି ନେତୃତ୍ବାଧୀନ ମେଣ୍ଟ ସରକାର ଭାଙ୍ଗି ଯାଇଥିଲା। ଗତ ଡିସେମ୍ବର ୧୯ରେ ଜମ୍ମୁ କଶ୍ମୀରରେ ରାଜ୍ୟପାଳ ଶାସନ ଶେଷ ହୋଇ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ତେବେ ବିଧାନସଭା ଭଙ୍ଗର ୬ ମାସ ମଧ୍ୟରେ ରାଜ୍ୟରେ ସଦ୍ୟ ନିର୍ବାଚନ ବିଧେୟ ହେବା ପରିପ୍ରେକ୍ଷୀରେ ଆସନ୍ତା ମେ’ରେ ଇସି ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି।

ସମ୍ବନ୍ଧିତ ଖବର