ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ କଂଗ୍ରେସ ପାର୍ଟି, ସିପିଏମ୍‌, ଏଆଇଏଡିଏମ୍‌କେ, ଏଆଇଏମ୍‌ଆଇଏମ୍‌ ଏବଂ ଆଦ୍‌ମୀ ପାର୍ଟି। ତୃଣମୂଳ କଂଗ୍ରେସ ଏବଂ ଶିବ ସେନା ମଧ୍ୟ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ପାଟି ଏବଂ ତେଲୁଗୁ ଦେଶମ୍‌ ପାର୍ଟି ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରି ପାରନ୍ତି।

Advertisment

ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ ଟିଡିପି ଏନ୍‌ଡିଏରୁ ଓହରି ଆସିବା କଥା ଘୋଷଣା କରିବା ପରେ ଏହି ସମର୍ଥନ ପ୍ରସଙ୍ଗ ଉଠିଛି। ଆଜି ଲୋକସଭାରେ ଟିଡିପି ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ସ୍ଥିର କରିଥିବାବେଳେ ବାଚସ୍ପତି ସୋମବାର ଯାଏଁ ଗୃହକୁ ମୁଲତବି ରଖିଛନ୍ତି।

ଅନାସ୍ଥା ପ୍ରସ୍ତାବକୁ ପାର୍ଲାମେଣ୍ଟ୍‌ର ୫୦ ଜଣ ସଦସ୍ୟ ସମର୍ଥନ କରିବେ ବୋଲି ଆକଳନ କରାଯାଉଛି। ସେତିକି ସମର୍ଥନ ହିଁ ଅନାସ୍ଥା ପ୍ରସ୍ତାବ ପାଇଁ ଆବଶ୍ୟକ। ଏନ୍‌ଡିଏ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଏହା ହେଉଛି ପ୍ରଥମ ଅନାସ୍ଥା ପ୍ରସ୍ତାବ।

ଲୋକସଭାରେ କଂଗ୍ରେସର ୪୮ ଜଣ ସାଂସଦ ଅଛନ୍ତି। ଏଆଇଏଡିଏମ୍‌କେର ୩୭ ଜଣ, ଟିଡିପିର ୧୬, ଓ୍ଵାଇଏସ୍‌ଆର୍‌ କଂଗ୍ରେସ ଏବଂ ସିପିଏମ୍‌ ପ୍ରତ୍ୟେକଙ୍କର ୯ ଜଣ ଲେଖାଁଏ ସାଂସଦ ଏବଂ ଏଆଇଏମ୍‌ଆଇଏମ୍‌ର ଜଣେ ସାଂସଦ ଅଛନ୍ତି।

ସିପିଏମ୍‌ କହିଛି କେନ୍ଦ୍ର ସରକାରଙ୍କର ସାମଗ୍ରିକ ବିଫଳତାକୁ ଦର୍ଶାଇବା ଆବଶ୍ୟକ।

କିନ୍ତୁ ଅନାସ୍ଥା ପ୍ରସ୍ତାବ ଯୋଗୁଁ ବିଜେପି ଚିନ୍ତିତ ଥିଲା ପରି ମନେହେଉନାହିଁ।