ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବରିଷ୍ଠ ନେତା ଡ. ଦାମୋଦର ରାଉତଙ୍କ ଉପସ୍ଥିତିରେ ଶନିବାର ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଅଂଶୁମାନ ହୋତା ବିଜେପିରେ ସାମିଲ ହୋଇଛନ୍ତି।

Advertisment

ସେହିପରି ଆଂଚଳିକ ଶିକ୍ଷା ନିର୍ଦ୍ଦେଶାଳୟରୁ ଅବସରପ୍ରାପ୍ତ ପ୍ରଫେସର ବ୍ରଜେନ୍ଦ୍ର ଦାସ ମଧ୍ୟ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଆଂଚଳିକ ଉନ୍ନୟନ ଟ୍ରଷ୍ଟର ସଂପାଦକ ଶ୍ରୀନିବାସ ମହାପାତ୍ର, ଉପ-ସଭାପତି ଶଙ୍କର୍ଷଣ ଦାସ, ସଂପାଦକ ସୁଶାନ୍ତ ସାମନ୍ତରାୟ ବିଜେପିରେ ସାମିଲ ହୋଇଛନ୍ତି। ଜଟଣୀ ଅଂଚଳର ସମାଜସେବୀ ତପନ କୁମାର ବଳିଆର ସିଂ, ସୁବାସ କୁମାର ସାହୁ, ଶିବ ପ୍ରସାଦ ମହାନ୍ତି ଏବଂ ସୁଜିତ କୁମାର ଆଜି ବିଜେପିରେ ଯୋଗ ଦେଇଛନ୍ତି। ଡା. ରାଉତ ନୂତତ ଭାବରେ ଦଳର ସାମିଲ ହୋଇଥିବା କର୍ମୀମାନଙ୍କୁ ସ୍ୱାଗତ କରିଥିଲେ।