ବରିଷ୍ଠ ବିଜେପି ନେତାଙ୍କ ଇଶାରା: ଭୁବନେଶ୍ୱର ଲୋକସଭା ଆସନରୁ ଲଢ଼ିପାରନ୍ତି ଅପରାଜିତା !

ଭୁବନେଶ୍ବର : ଇଚ୍ଛାଧୀନ ଅବସର ନେଇଥିବା ଅାଇଏସ୍ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଆସନ୍ତା ୨୭ ତାରିଖରେ ଦିଲ୍ଲୀରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ଅପରାଜିତା । ଏହି ମିଶ୍ରଣ ପର୍ବରେ ବିଜେପିର ତୁଙ୍ଗ ନେତା ମାନେ ସାମିଲ ହେବେ ବୋଲି ଜଣାପଡିଛି । ତେବେ ଅାଗାମୀ ନିର୍ବାଚନରେ କେଉଁ ଆସନରୁ ଅପରାଜିତା ପ୍ରାର୍ଥୀ ହେବେ ସେ ନେଇ ଚାଲିଥିଲା କଳ୍ପନାଜଳ୍ପନା।

ଏବେ ଭୁବନେଶ୍ୱର ଲୋକସଭା ଆସନରୁ ସେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ମନ୍ତବ୍ୟ । ବିଶ୍ୱଭୂଷଣ କହିଛନ୍ତି, ତାଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ ବର୍ତ୍ତମାନ ଭୁବନେଶ୍ୱର ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି । ପୃଥ୍ୱୀରାଜ ଚିଲିକା ବିଧାନସଭା ଆସନରୁ ଲଢିପାରନ୍ତି ବୋଲି ବିଶ୍ୱଭୂଷଣ କହିଛନ୍ତି ।

ତେବେ ବିଜେପିରେ ମିଶିଲେ ଦଳକୁ ନିଶ୍ଚିତ ଫାଇଦା ହେବ ବୋଲି ସେ କହିଛନ୍ତି । କାରଣ ସେ ଭୁବନେଶ୍ୱରରେ ଯେପରି କାମ କରିଛନ୍ତି, ସେ କଥା ସମେସ୍ତ ଜାଣନ୍ତି । ସାଧାରଣ ଲୋକଙ୍କ ସହ ମିଶିବା ଓ ସାଧାରଣ ଲୋକଙ୍କ ପାଇଁ କାମ କରିବା ସହ ସେ ଅନେକ ବିକାଶମୂଳକ କାମ କରିଛନ୍ତି । ତାଙ୍କୁ ଯେଉଁ ଯେଉଁ ବିଭାଗ ଦାୟିତ୍ୱ ଦିଆଯାଇଥିଲା ସେ ଖୁବ୍ ଭଲରେ କାମ କରିଛନ୍ତି । ସେ ଦୃଷ୍ଟିରୁ ଲୋକେ ତାଙ୍କୁ ପସନ୍ଦ କରନ୍ତି । ତେବେ ତାଙ୍କର ପ୍ରତିଷ୍ଠା ଓ କାମ ପାଇଁ ସମେସ୍ତ ସ୍ୱୀକାର କରିବେ ବୋଲି କହିଛନ୍ତି ବିଶ୍ୱଭୂଷଣ ।

 

ସମ୍ବନ୍ଧିତ ଖବର