ଚେନ୍ନାଇ: ତାମିଲନାଡ଼ୁର ବହୁଚର୍ଚ୍ଚିତ ଆରକେ ନଗର ଉପନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ। ଗତବର୍ଷ ଡିସେମ୍ବରରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁପରେ ଉକ୍ତ ଆସନଟି ଫାଙ୍କା ପଡ଼ିଥିଲା। ତେବେ ନିର୍ବାଚନର ଦିନକ ପୂର୍ବରୁ ଆଜି ଜୟଲଳିତା ଆପୋଲୋ ହସ୍ପିଟାଲ୍ରେ ଚିକିତ୍ସାଧିନ ଥିବା ସମୟର ଏକ ଭିଡିଓକୁ ଟିଟିଭି ଦୀନାକରଣ ଗୋଷ୍ଠୀ ଜାରି କରିଛନ୍ତି। ଏହା ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। ଏହା ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ଅଭିଯୋଗ ହୋଇଛି। ଦିନାକରନ ଗୋଷ୍ଠୀର ଜଣେ ନେତା ପି ଭର୍ଟିଭେଲ୍ ୨୦ ସେକେଣ୍ଡର ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ ଜୟଲଳିତାଙ୍କୁ ହସ୍ପିଟାଲ୍ ବେଡ୍ରେ ଷ୍ଟ୍ର ଦ୍ୱାରା କିଛି ପିଉଥିବା ଦେଖିବାକୁ ମିଳିଛି। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଏମିତି ଭିଡିଓ ଜାରି କରିବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ନିର୍ବାନଚ କମିସନ କହିବା ସହ ସମସ୍ତ ଟିଭି ଚ୍ୟାନେଲଗୁୁଡ଼ିକୁ ଏହି ଭିଡିଓ ପ୍ରସାରଣ କରିବାକୁ ମନା କରିଦେଇଛନ୍ତି। ଭର୍ଟିଭେଲ୍ କହିଛନ୍ତି ଯେ ଉକ୍ତ ଭିଡିଓଟି ଶଶିକଳାଙ୍କ ଦ୍ୱାରା ରେକର୍ଡିଂ ହୋଇଛି ଏବଂ ଦିନାକରନଙ୍କ ନିକଟରେ ଏହାର କପି ରହିଛି। ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିବା ପରେ ଶଶିକଳାଙ୍କ ବିରୋଧରେ ବହୁ ଅଭିଯୋଗ ଉଠିଥିଲା।
ଆରକେ ନଗର ଉପନିର୍ବାଚନ ଆଜି: ଜୟାଙ୍କ ହସ୍ପିଟାଲ ଭିଡିଓ ଜାରି
/sambad/media/post_attachments/wp-content/uploads/2017/12/Jayalalithaa-Hospital-Video.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)