ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ମନମୋହନ ସିଂହ ବିମୁଦ୍ରାୟନକୁ ‘ସଂଗଠିତ ଲୁଟ’ ବୋଲି କହିବା ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଶ୍ରୀ ଜେଟଲୀ, ମନମୋହନଙ୍କ ମନ୍ତବ୍ୟକୁ କାଟି କରି କହିଛନ୍ତି ଯେ ବିମୁଦ୍ରାୟନ ‘ସଂଗଠିତ ଲୁଟ୍’ ନୁହେଁ ବରଂ ଏକ ‘ନୈତିକ ପଦକ୍ଷେପ’। ଲୁଟ୍ କହିଲେ ୨ଜି ସ୍କାମ, ରାଜ୍ୟ ଗୋଷ୍ଟି କ୍ରିଡ଼ା ଏବଂ କୋଇଲା ବ୍ଲକ ଆବଣ୍ଟନ। ମାତ୍ର ବିମୁଦ୍ରାୟନ ଘୋଷଣା ହେଉଛି ଏକ ପ୍ରକାରର ଆର୍ଥିକ ଅନୁଶୀଳନୀ। ଜେଟଲୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଆହୁରି ବି କହିଛନ୍ତି ଯେ କଳାଧନ ବିରୋଧୀ ଅଭିଯାନ ଏକ ନୈତିକ ପଦକ୍ଷେପ ଏବଂ ଯାହା ନୈତିକତା ଦୃଷ୍ଟିରୁ ଠିକ ତାହା ରାଜନୈତିକ ଦୃଷ୍ଟିରୁ ବି ଠିକ।
ଉଲ୍ଲେଖଯୋଗ୍ୟ,ଅହମ୍ମଦାବାଦରେ ବ୍ୟବସାୟୀମାନଙ୍କ ସହ ବାର୍ତ୍ତାଳାପ ସମୟ ମନମୋହନ ସିଂହ ବିମୁଦ୍ରାୟନକୁ ଏକ ‘ଲାପରଓ୍ଵା ଅନୁଶୀଳନ’ ବୋଲି କହିଥିଲେ। ଏହାସହିତ ବିମୁଦ୍ରାୟନକୁ ସଂଗଠିତ ଏବଂ କାନୁନ ଲୁଟ୍ କରୁଥିବା ପରି ଏକ ପ୍ରକ୍ରିୟା ବୋଲି ମତ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/522504-manmohan-singh-and-jaitley.jpg)