ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଉତ୍ତରପ୍ରଦେଶ, ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ବିହାର, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏବଂ ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ମନ୍ତ୍ରୀ ଥାବରଚାନ୍ଦ ଗହଲୋଟଙ୍କୁ ମଧ୍ୟପ୍ରଦେଶ, ଶିକ୍ଷାମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ମହାରାଷ୍ଟ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ହିମାଚଳ ପ୍ରଦେଶରୁ ରାଜ୍ୟସଭା ଯିବା ପାଇଁ ବୁଧବାର ଟିକେଟ୍ ମିଳିଛି। ଏତଦ୍ ବ୍ୟତୀତ ମନସୁଖ ଭାଇ ମାଣ୍ଡଭ୍ୟା ଓ ପୁରୁଷୋତ୍ତମ ରୁପାଲା ଗୁଜରାଟ ଓ ଭୂପେନ୍ଦ୍ର ଯାଦବ ରାଜସ୍ଥାନରୁ ରାଜ୍ୟସଭା ଯିବେ।
/sambad/media/post_attachments/wp-content/uploads/2018/02/Rajya-Sabha-2-300x178.jpg)
ରାଜ୍ୟସଭାର ୫୮ଟି ସିଟ ପାଇଁ ଆଗାମୀ ମାର୍ଚ୍ଚ ୨୩ରେ ମତଦାନ ହେବ। ୧୬ଟି ରାଜ୍ୟରେ ଏହି ମତଦାନ ହେବ। ନିର୍ବାଚନ ଆୟୋଗଙ୍କ ଅନୁସାରେ ଏପ୍ରିଲ-ମଇ ୨୦୧୮ରେ ୫୮ ରାଜ୍ୟସଭା ସାଂସଦମାନଙ୍କ କାର୍ଯ୍ୟକାଳ ଶେଷ ହେବ। ଏହା ପରେ ଏହି ସିଟ୍ ଖାଲି ହେବ।
ରାଜ୍ୟସଭା ସାଂସଦ ପାଇଁ ମାର୍ଚ୍ଚ ୧୨ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରିବାକୁ ପଡ଼ିବ। ଉତ୍ତର ପ୍ରଦେଶରୁ ସର୍ବାଧିକ ୧୦ଟି ସିଟ ଖାଲି ହେବ। ଉତ୍ତରପ୍ରଦେଶର ୩୧ଟି ରାଜ୍ୟସଭା ସାଂସଦ ସିଟ୍ରୁ ୯ଜଣଙ୍କର କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେବାକୁ ଥିବା ବେଳେ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ସିଟ୍ରେ ମଧ୍ୟ ଏପ୍ରିଲରେ ନିର୍ବାଚନ ହେବ। ଦଳିତମାନଙ୍କ ନେତ୍ରୀ ଗତ ବର୍ଷ ଜୁଲାଇରେ ଇସ୍ତଫା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Presentation1-1.jpg)