ମିଶନ ୨୦୧୯: ବିଜେପି ଜାରି କଲା ରାଜ୍ୟ ପ୍ରଭାରୀ ତାଲିକା, ଅରୁଣ ସିଂହ ଓଡ଼ିଶା ପ୍ରଭାରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯କୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ୧୮ ରାଜ୍ୟ ପାଇଁ ପ୍ରଭାରୀ ତାଲିକା ଜାରି କରିଛି। ବିଜେପି ରାଷ୍ଟ୍ରୀୟ ସଚିବ ଅରୁଣ ସିଂହ ପୂର୍ବ ପରି ଓଡ଼ିଶା ପ୍ରଭାରୀ ରହିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ୧୮ ରାଜ୍ୟର ପ୍ରଭାରୀ ଏବଂ ସହାୟକ ପ୍ରଭାରୀ ତାଲିକା ଜାରି କରିଛନ୍ତି। ଏହି ଆଧାରରେ ଗୋବର୍ଦ୍ଧନ ଝଡ଼ପାଡିଆ, ଦୁଷ୍ୟନ୍ତ ଗୌତମ ଏବଂ ନରୋତ୍ତମ ମିଶ୍ରଙ୍କୁ ଉତ୍ତର ପ୍ରଦେଶର ଦାୟିତ୍ୱ ଦିଆଯାଇଛି।

ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ କହିଛନ୍ତି, ଆନ୍ଧ୍ରପ୍ରଦେଶର ଦାୟିତ୍ୱ ଭି. ମୁରଲୀଧରନ ଏବଂ ସୁନିଲ ଦେଓଧରଙ୍କୁ ଦିଆଯାଇଛି। ମହେନ୍ଦ୍ର ସିଂହଙ୍କୁ ଆସାମ, ଭୁପେନ୍ଦ୍ର ଯାଦବଙ୍କୁ ବିହାର, ଡ. ଅନିଲ ଜୈନଙ୍କୁ ଛତିଶଗଡ଼, ଓମ୍‌ପ୍ରକାଶ ମାଥୁରଙ୍କୁ ଗୁଜୁରାଟ, ତୀରଥ ସିଂହ ରାଓ୍ଵତଙ୍କୁ ହିମାଚଳ ପ୍ରଦେଶ, ମଙ୍ଗଳ ପାଣ୍ଡେଙ୍କୁ ଝାଡ଼ଖଣ୍ଡ, ସ୍ୱତନ୍ତ୍ର ଦେବ ସିଂହ ଏବଂ ସତୀଶ ଉପାଧ୍ୟାୟଙ୍କୁ ମଧ୍ୟପ୍ରଦେଶ ପ୍ରଭାରୀ ଏବଂ ସହାୟକ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ଏହା ବ୍ୟତୀତ କ୍ୟାପ୍‌ଟେନ୍‌ ଅଭିମନ୍ୟୁଙ୍କୁ ପଂଜାବ ଏବଂ ଚଣ୍ଡିଗଡ଼, ପ୍ରକାଶ ଜାଭେଡକର ଏବଂ ସୁଧାଂଶୁ ତ୍ରିବେଦୀଙ୍କୁ ରାଜସ୍ଥାନ, ନିତିନ ନବୀନଙ୍କୁ ସିକ୍କିମ, ଅରବିନ୍ଦ ଲମ୍ବାଓ୍ଵଲିଙ୍କୁ ତେଲେଙ୍ଗାନା, ଥାଓ୍ଵରଚନ୍ଦ୍ର ଗହଲୋତଙ୍କୁ ଉତ୍ତରାଖଣ୍ଡ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର