ଭୁବନେଶ୍ୱର ଲୋକସଭାରେ ହେବ ‘ଅ-ଅ’ ଲଢ଼େଇ ! ନିର୍ବାଚନୀ ମଇଦାନରେ ଅପରାଜିତା ଓ ଅରୂପ

ଭୁବନେଶ୍ୱର: ସମ୍ମାନଜନକ ଭୁବନେଶ୍ୱର ଲୋକସଭାରେ ହେବ ‘ଅ-ଅ’ ଲଢ଼େଇ । ବିଜେଡି ଓ ବିଜେପି ପକ୍ଷରୁ ‘ଅ’ ଅକ୍ଷରରୁ ନାମ ଆରମ୍ଭ  ହେଉଥିବା ନାମୀ ପ୍ରାର୍ଥୀଙ୍କୁ ମଇଦାନକୁ ଆଣିଛି।

ବିଜେପି ଅପରାଜିତା ଷଡଙ୍ଗୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଏବେ ବିଜେଡି ଅରୂପ ପଟ୍ଟନାୟକଙ୍କୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ଏହି ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ମଉଖ୍ୟତଃ ଲଢ଼େଇ ହେବ। କେବଳ ସେତିକି ନୁହେଁ, ଦୁଇ ଅବସରପ୍ରାପ୍ତ  ଆଇଏଏସ-ଆଇପିଏସଙ୍କ ଭିତରେ ଲଢେଇ ଦେଖିବାକୁ ମିଳିବ।

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଛି । ସେପଟେ ବିଜେପି ପକ୍ଷରୁ ଅପରାଜିତା ଷଡଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ, କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ୨୦୧୪ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡିରୁ ପ୍ରସନ୍ନ ପାଟ୍ଟଶାଣୀ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ଦଳ ଏଥର ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ନିଷ୍ପତ୍ତି ନେଇଛି । ସେହିପରି ବିଜେପି ପକ୍ଷରୁ ପୃଥ୍ୱୀରାଜ ହରିଚନ୍ଦନ ୨୦୧୪ରେ ପ୍ରାର୍ଥୀ ହୋଇଥିଲେ । ତେବେ ଏଥର ଏହି ଆସନରୁ ଅପରାଜିତା ଷଡଙ୍ଗୀଙ୍କୁ ଦଳ ମଇଦାନକୁ ଓହ୍ଲାଇଛି ।

ସମ୍ବନ୍ଧିତ ଖବର