ନୂଆଦିଲ୍ଲୀ: କିଛି ଦିନ ହେଲା ସାରା ଦିଲ୍ଲୀ ଘନ ପ୍ରଦୂଷିତ ବାୟୁମଣ୍ଡଳରେ ସନ୍ତୁଳି ହେଉଥିବା ବେଳେ ଏହାକୁ ନେଇ ମୁଖ୍ୟମନ୍ତ୍ରା ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତି ପାଇଁ କେଜ୍ରିଓ୍ଵାଲ ପଡ଼ୋଶୀ ରାଜ୍ୟମାନଙ୍କୁ କିଛି ମାତ୍ରାରେ ଦାୟୀ କରି ଏ ସମ୍ପର୍କରେ ଆଲୋଚନା କରିବାକୁ ସେହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ଵାନ କରିଥିବା ବେଳେ ତାଙ୍କ ସହ କଥାବାର୍ତ୍ତା ଦ୍ୱାରା ସମସ୍ୟାର କିଛି ବି ସମାଧାନ ହୋଇପାରିବନି ବୋଲି ଅମରିନ୍ଦର ସିଂହ କହିଛନ୍ତି। କେଜ୍ରିଓ୍ଵାଲ କିଛି ନବୁଝି ନଶୁଝି ସବୁ ବିଷୟରେ ଅଯଥା ମୁଣ୍ଡ ଖେଳାଇ ମତାମତ ଦେଇଥାନ୍ତି ବୋଲି ଅମରିନ୍ଦର କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
ଉଲ୍ଲେଖ ଥାଉ କି, ଧାନ ଅମଳ ପରେ ପଞ୍ଜାବ ଓ ହରିଆଣା ଚାଷୀ ବ୍ୟାପକ ପରିମାଣର ନଡ଼ା ଓ ପାଳକୁ ଜାଳିଦେଉଥିବାରୁ ତାହାରି ଧୂଆଁରେ ପଡ଼ୋଶୀ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବଢ଼ିଥିବା ଅଭିଯୋଗ ଆଣିଥିଲେ କେଜ୍ରିଓ୍ଵାଲ। ଅପରପକ୍ଷେ, ପାଖାପାଖି ୨୦ ନିୟୁତ ଟନ୍ ଓଜନର ନଡ଼ା-ପାଳକୁ ପଞ୍ଜାବ ଚାଷୀ କୋଉଠି ଗଦେଇ ରଖିବେ ବୋଲି ଅମରିନ୍ଦର ପ୍ରଶ୍ନ କରିଛନ୍ତି। ତେବେ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିବା ଜରୁରୀ ବୋଲି ଅମରିନ୍ଦର କହିଛନ୍ତି। ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ଡାକି ଆଲୋଚନା ମାଧ୍ୟମରେ କିଛି ସମାଧାନ ବାହାର କରିବା ଲାଗି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥିବା କହିଛନ୍ତି।
ଅମରିନ୍ଦର-କେଜ୍ରିଓ୍ଵାଲ୍ ମୁହାଁମୁହିଁ
/sambad/media/post_attachments/wp-content/uploads/2017/11/arvind-kejriwal-and-amrinder-singh-split_650x400_71477367499.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)