ନୂଆଦିଲ୍ଲୀ: ବେଆଇନ ଖଣି ମାମଲାରେ ଶନିବାର ଦିନ ରୋପାର ପ୍ରଶାସନଙ୍କ ଠାରୁ ‘କ୍ଲିନ୍ ଚିଟ୍‌’ ପାଇବା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀ କହିଛନ୍ତି ଯେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜଣେ ମିଥ୍ୟାବାଦୀ। ସେ ତାଙ୍କ ବିରୋଧରେ କେତେଗୁଡ଼ିଏ ମିଥ୍ୟା ଅଭିଯୋଗ କରିଛନ୍ତି।

Advertisment

ଚନ୍ନୀ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ୍‌ ଜଣେ ମିଥ୍ୟାବାଦୀ। ସେ ମୋ ବିରୋଧରେ କେତେଗୁଡ଼ିଏ ଅଭିଯୋଗ କରିଛନ୍ତି କିନ୍ତୁ, କେଉଁ ଗୋଟିକ ସତ୍ୟ ନୁହେଁ। ସେମାନେ ମୋ ବିରୋଧରେ ରାଜ୍ୟପାଳଙ୍କ ଆଗରେ ଅଭିଯୋଗ କଲେ। ସେ ତଦନ୍ତ ପାଇଁ ଆଦେଶ ଦେଲେ। ସତ୍ୟ ବିଜୟୀ ହୁଏ।

publive-image Image Courtesy of Republic World

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମ୍‌ ଆଦ୍‌ମୀ ପାର୍ଟି’ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ଅନ୍ୟ ବାହାର ବ୍ୟକ୍ତିମାନେ ପଞ୍ଜାବ ଲୁଟ୍‌ କରିବାକୁ ଆସିଥି‌ଛନ୍ତି।

ସେ କହିଲେ, ବ୍ରିଟିସ୍‌ ଭାରତ ଲୁଟିବାକୁ ଆସି‌ଥିଲେ, ସେହିପରି କେଜ୍ରିୱାଲ୍‌ ଏବଂ ତାଙ୍କ ଦିଲ୍ଲୀ ପରିବାର ଯଥା:- ରାଘବ ଚଢ଼ା ଏବଂ ଅନ୍ୟ ବାହାର ଲୋକମାନେ ପଞ୍ଜାବ ଲୁଟିବାକୁ ଆସିଛନ୍ତି। କିନ୍ତୁ, ମୋଗଲ୍‌ ଏବଂ ବ୍ରିଟିସ୍‌କୁ ଜଣାଇବା ପରି ପଞ୍ଜାବ ସେମାନଙ୍କୁ (ଆମ୍‌ ଆଦ୍‌ମି ଲୋକଙ୍କୁ) ସେମାନଙ୍କର ହିନ ମନ୍ୟତା ଜଣାଇଦେବ।

ସୂଚନାଯୋଗ୍ୟ, ପୂର୍ବରୁ କଂଗ୍ରେସ ଦାବି କରିଥିଲା ଯେ, ଚନ୍ନୀ ବେଆଇନ ଖଣି ମାମଲାରେ ସମ୍ପୃକ୍ତ ବୋଲି ‘ବିଜେପି’ ଷଡ଼ଯନ୍ତ୍ର କରିଛି।