ବିଧାନସଭା ନିର୍ବାଚନ: ପ୍ରାର୍ଥୀ ଚୟନକାରୀଙ୍କ ମଧ୍ୟରେ ସାମିଲ ହେବେନି ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ଆସନ୍ତା ମାସରେ କେତୋଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନିମନ୍ତେ ଦଳୀୟ ପ୍ରାର୍ଥୀ ଚୟନରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଭୂମିକା ଗ୍ରହଣ କରିବେ ନାହିଁ। ଏ ବର୍ଷ ସାଧାରଣ ନିର୍ବାଚନରେ ଦଳର ପରାଜୟ ନିମନ୍ତେ ନିଜକୁ ଦାୟୀ କରି କଂଗ୍ରେସ ମୁଖ୍ୟ ଆସନରୁ ହଟି ଯାଇଥିବା ରାହୁଳ ପ୍ରାର୍ଥୀ ଚୟନ ବୈଠକ କିଂବା ଚୟନ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣକାରୀଙ୍କ କମିଟିରେ ରହିବାକୁ ଚାହାଁନ୍ତି ନାହିଁ ବୋଲି କୁହାଯାଉଛି।

Image Source: The Economics Times

ଦଳର ଜଣେ ସଦସ୍ୟ ନିଜର ନାମ ଗୋପନ ରଖିବାକୁ କହି କହିଛନ୍ତି ଯେ ଟିକେଟ ବଣ୍ଟନରେ ସେ ସମ୍ପୃକ୍ତ ହେବାକୁ ଚାହୁଁ ନାହାନ୍ତି। ରାଜ୍ୟ ସରକାରଙ୍କ ସହ ପରାମର୍ଶ କରି ଏବଂ ସେମାନଙ୍କର ପସନ୍ଦ ପ୍ରାର୍ଥୀମାନଙ୍କ ପାଇଁ ଉତ୍ତରଦାୟୀ ରହି ପାର୍ଟି ଏ କାର୍ଯ୍ୟ ସମ୍ପାଦନ କରିବା ସର୍ବୋତ୍ତମ ବୋଲି ସେ ମନେକରନ୍ତି। ୨୦୧୦ରୁ ସଦସ୍ୟ ଥିଲେ ବି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ଦୁଇଟି ବୈଠକରେ ସେ ଭାଗ ନେଇ ନାହାନ୍ତି। ଗତ ଗୁରୁବାର ଦିନ ଶେଷ ହୋଇଥିବା ପ୍ରାର୍ଥୀ ଚୟନକାରୀ ବୈଠକରେ ମଧ୍ୟ ସେ ଯୋଗ ଦେଇ ନ ଥିଲେ।

କିନ୍ତୁ, ପ୍ରଚାର ଅଭିଯାନରେ ସେ ପୂର୍ବ ଭଳି ମୁଖ୍ୟ ଭୂମିକା ତୁଲାଇବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର